କ୍ରମାଗତ ଷଷ୍ଠ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ମୁଦ୍ରାନୀତି ବୈଠକ ପରେ ଆରବିଆଇ ଗଭର୍ଣ୍ଣର କହିଲେ ଅପରିବର୍ତିତ ରଖିବା ପଛର କାରଣ

258

କନକ ବ୍ୟୁରୋ : ରେପୋ ରେଟ୍ କୁ ୬.୫% ରେ ଅପରିବର୍ତ୍ତିତ ରଖିଛି ଆରବିଆଇ । କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ଆରବିଆଇ ରେପୋ ରେଟ୍ ଅପରିବର୍ତିତ ରଖିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ମୁଦ୍ରାନୀତି କମିଟି ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବିକଶିତ ଅର୍ଥନୈତିକ ଏବଂ ଆର୍ôଥକ ବିକାଶ ଏବଂ ଦୃଷ୍ଟିକୋଣର ବିସ୍ତୃତ ଆକଳନ ପରେ ରେପୋ ରେଟ୍ ଅପରିବର୍ତିତ ରଖିବାକୁ ନିଷ୍ପତି ନିଆଯାଇଛି । ଘରୋଇ ଅର୍ଥନୈତିକ କାର୍ଯ୍ୟକଳାପ ଭଲ ଭାବେ ବଜାୟ ରହିଛି । ପୁଞ୍ଜିନିବେଶ ଚାହିଦା ସକରାତ୍ମକ ରହିଛି । ଆଗକୁ ଭଲ ବ୍ୟବସାୟ ବଜାୟ ରହିବ । ଯାହା ଉପଭୋକ୍ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ ବୋଲି ଆକଳନ କରାଯାଇଛି । ଏହାପରେ ଏମପିସି ରେପୋ ରେଟ୍ ଅପରିବର୍ତିତ ରଖିଛି ବୋଲି କୁହାଯାଇଛି । ଆରବିଆଇ ଶେଷ ଥର ପାଇଁ ଗତ ବର୍ଷ ଫେବ୍ରୁଆରି ୮ରେ ରେପୋ ରେଟ୍ ବୃଦ୍ଧି କରିଥିଲା । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ୨୫ ବେସିସ୍ ପଏଂଟ ଅର୍ଥାତ୍ ୦.୨୫ ପ୍ରତିଶତ ବୃଦ୍ଧି କରି ୬.୫ ପ୍ରତିଶତ କରିଥିଲା । ସେବେଠାରୁ କ୍ରମାଗତ ୬ଥର ଏମପିସି ବୈଠକରେ ଏହି ଦର ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ବ୍ୟତୀତ ରିଭର୍ସ ରେପୋ ରେଟ୍ କୁ ମଧ୍ୟ ୩.୩୫% ରେ ସ୍ଥିର ରଖାଯାଇଛି । ଏମଏସଏଫ ହାର ଏବଂ ବ୍ୟାଙ୍କ ହାର ୬.୭୫% ରେ ଅପରିବର୍ତ୍ତିତ ରହିଛି । ତେବେ ଏସଡିଏଫ ହାର ୬.୨୫% ରେ ସ୍ଥିର ରହିଛି ।