ନିୟମର ଉଲ୍ଲଂଘନ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ! ୭ କୋଟିର ଜୋରିମାନ ଲଗାଇଲା ରିଜର୍ଭ ବ୍ୟାଙ୍କ

454
କନକ ବ୍ୟୁରୋ : ଭାରତର ସବୁଠାରୁ ବଡ ସରକାରୀ ବ୍ୟାଙ୍କକୁ ଲାଗିଲା ଶକ୍ତ ଝଟକା । ଏହି ଝଟକା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ନେଇ ମିଳିଛି ସୂଚନା । ରିଜର୍ଭ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଉପରେ ପାଖାପାଖି ୭ କୋଟି ଟଙ୍କା ଜୋରିମାନା ଲଗାଇଛି । ଏହି ଜୋରିମାନା ଏନପିଏ ଏବଂ ଅନ୍ୟ କିଛି ନିୟମର ପାଳନ କରିନଥିବା କାରଣ ପାଇଁ ଏପରି କରାଯାଇଛି । କେବଳ ଏତିକି ନହେଁ ବରଂ ୟୁନିଅନ ବ୍ୟାଙ୍କ ଉପରେ ମଧ୍ୟ ଜୋରିମାନା ଲାଗିଛି । କେନ୍ଦ୍ରୀୟ ବ୍ୟାଙ୍କର ଅନୁସାରେ ଏସବିଆଇ ଆଇଆରଏସି ନିୟମର ପାଳନ କରିନାହିଁ । ଏହାସହ ବ୍ୟାଙ୍କ ନୀତିଦିନ ଖୋଲାଯାଉଥିବା ଖାତା ଓ ତାହାର ପରିଚାଳନା ପାଇଁ ଥିବା ନିର୍ଦ୍ଦେଶ ନାମାର ଉଲଂଘନ ମଧ୍ୟ କରିଛି ।
Image Courtesy – www.livehindustan.com

ଏହାସହ ଅନେକ ନିୟମକୁ ସଠିକ ଭାବରେ ପାଳନ କରିନଥିବା ମଧ୍ୟ ଏସବିଆଇ ନାମରେ ଅଭିଯୋଗ ରହିଛି । ତେବେ ଏହି ଅଭିଯୋଗ ହେବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ହୋଇଥିଲା ଓ ଏହାପରେ ବ୍ୟାଙ୍କକୁ ଏହି ନୋଟିସ ଦିଆଯାଇଛି । ତେବେ ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି । ଏହାସହ ସାଇବର ଆଇନର ନିୟମକୁ ସଠିକ ଭାବରେ ପାଳନ କରିନଥିବାରୁ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ମଧ୍ୟ ଜୋରିମାନା ଲଗାଇଛି । ଏହି ବ୍ୟାଙ୍କ ଉପରେ ପାଖାପାଖି ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବାର୍ତାରେ କୁହାଯାଇଛି ଯେ, ଏହି ଜୋରିମାନ ଟଙ୍କା ୯ ଜୁଲାଇରେ ଲଗାଯାଇଛି ।