ସୁଧୁରିବ ୟେସ ବ୍ୟାଙ୍କ ସଙ୍କଟ । ମାର୍ଚ୍ଚ ୧୮ରୁ ପୁଣି କାର୍ଯ୍ୟକ୍ଷମ ହେବ, ପୂର୍ଣ୍ଣକାଳୀନ ବ୍ୟାଙ୍କିଂ ସେବା ଯୋଗାଇବ । ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଥିବା କହିଲେ ଆରବିଆଇ ଗଭର୍ଣ୍ଣର

159

କନକ ବ୍ୟୁରୋ: ସୁଧୁରିବ ୟେସ ବ୍ୟାଙ୍କ ସଙ୍କଟ । ମାର୍ଚ୍ଚ ୧୮ରୁ ପୁଣି କାର୍ଯ୍ୟକ୍ଷମ ହେବ ୟେସ୍ ବ୍ୟାଙ୍କ । ଆସନ୍ତା ବୁଧବାର ଠାରୁ ଗ୍ରାହକମାନେ ସାଧାରଣ କାରବାର ସ୍ୱାଭାବିକ ଭାବେ କରିପାରିବେ । ପୂର୍ଣ୍ଣକାଳୀନ ବ୍ୟାଙ୍କିଂ ସେବା ଯୋଗାଇ ଦେବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।

ସେହିପରି ଜମାକାରୀଙ୍କ ଟଙ୍କା ସୁରକ୍ଷତି ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅର୍ଥାତ ଗ୍ରାହକମାନେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ । ଏହାସହ ଉଠାଣ ଉପରେ ଲାଗିଥିବା କଟକଣାକୁ ବୁଧବାର ସଂଧ୍ୟା ୬ଟା ବେଳେ ହଟାଇ ଦିଆଯିବ ।

ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆରବିଆଇ କଟକଣା ହଟିଥିଲେ ମଧ୍ୟ ତରବରିଆ ଭାବେ ଟଙ୍କା ଉଠାଣ ନକରିବା ପାଇଁ ଆରବିଆଇ ଗଭର୍ଣ୍ଣର ଉପଦେଶ ଦେଇଛନ୍ତି । ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଯାଉଥିବା ଯୋଗୁଁ ମାର୍ଚ୍ଚ ୫ରୁ ଏପ୍ରିଲ ୩ ତାରିଖ ଟଙ୍କା ଉଠାଣ ଉପରେ କଟକଣା ଲଗାଯାଇଥିଲା ।ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ କଟକଣା ଜାରି ପରେ ଇଣ୍ଟରନେଟ ବ୍ୟାଙ୍କି, ୟୁପିଆଇ ପେମେଣ୍ଟ ଓ ଏଟିଏମରୁ ଟଙ୍କା ଉଠାଣ ବାଧାପ୍ରାପ୍ତ ହୋଇଥିଲା । ତେବେ ୟେସ୍ ବ୍ୟାଙ୍କର ପୁନଃରୁଉଦ୍ଧାର ପାଇଁ ଆଇବିଆଇର ପ୍ରସ୍ତାବ ଅନୁସାରେ ଶୁକ୍ରବାର ପୁନରୁଦ୍ଧାର ସ୍କିମକୁ ମଞ୍ଜୁରି ଦେଇଥିଲେ କେନ୍ଦ୍ର କ୍ୟାବିନେଟ ।

ଦେଶରେ ଥିବା ୟେସ୍ ବ୍ୟାଙ୍କର ୧ ହଜାର ୧୩୨ଟି ଶାଖା ମାର୍ଚ୍ଚ ୧୯ ତାରିଖରୁ ପୂର୍ଣ୍ଣ ଭାବେ ସେବା ଯୋଗାଇ ଦେବ । କେନ୍ଦ୍ର ସରକାର ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ଘରୋଇ ବ୍ୟାଙ୍କର ପୁର୍ନରୁଉଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇବା ପରେ ଏହା ସମ୍ଭବ ହେବାକୁ ଯାଉଛି । ଏହି ସୁବିଧା ଉଭୟ ଡିଜିଟାଲ ଓ କାଉଣ୍ଟରରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି ।