ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ

123

କନକ ବ୍ୟୁରୋ : ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସିଂହଦ୍ୱାର ନିକଟରେ ପହଂଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ନିଆଯାଇଥିଲା ।

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବେଢା ପରିକ୍ରମା କରି ମା’ ବିମଳା, ମା ମହାଲକ୍ଷ୍ମୀ ଓ ବଟ ଗଣେଶଙ୍କୁ ଦର୍ଶନ କରିଥିଲେ । ଏହା ସହ ଶ୍ରୀମନ୍ଦିର ମନ୍ଦିର ଐତିହ୍ୟ କରିଡ଼ରକୁ ନେଇ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ୬ ବର୍ଷ ପରେ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ ଆରବିଆଇ ଗଭର୍ଣ୍ଣର । ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡୁଆ, ନାଗାର୍ଜୁନ ବେଶର ପଟ୍ଟଚିତ୍ର, ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି  ସ୍ମାରକୀ ଉପହାର ଦିଆଯାଇଛି ।