କନକ ବ୍ୟୁରୋ : ଯଦି ଆପଣଙ୍କ ପାଖରେ ଏବେ ବି ଦୁଇହଜାର ଟଙ୍କିଆ ନୋଟ୍ ରହିଛି ତେବେ ରିଜର୍ଭ ବ୍ୟାଙ୍କ ଆପଣଙ୍କ ପାଇଁ ଭଲ ଖବର ଆଣିଛି । ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ୨୦୦୦ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖରେ ପରିବର୍ତନ କରିଛନ୍ତି । ସେଣ୍ଟ୍ରାଲ ବ୍ୟାଙ୍କର ସୂଚନା ମୁତାବକ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଆପଣ ୨ ହଜାର ଟଙ୍କିଆ ନୋଟ ବଦଳାଇପାରିବେ । ଅର୍ଥାତ ୨ହଜାର ଟଙ୍କିଆ ନୋଟ ବଦଳାଇବାକୁ ଆପଣଙ୍କୁ ଗୋଟିଏ ସପ୍ତାହ ଅଧିକ ସମୟ ମିଳିଛି ।

Advertisment

ପ୍ରଥମେ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ ଜମା କରିବା କିମ୍ବା ବଦଳାଇବା ପାଇଁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା । ଏହାକୁ ନେଇ ପ୍ରବାସୀ ଭାରତୀୟମାନେ ଏନେଇ ଅତିରିକ୍ତ ସମୟ ମିଳୁବୋଲି ଦାବି କରିଥିଲେ । ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ସପ୍ତାହ ଅଧିକ ସମୟ ଦିଆଯାଇଛି ।

ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ଆଜି ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି କି, ସମୀକ୍ଷା ସରିବା ପରେ ଏହି ନୋଟ୍ ବଦଳାଇବାକୁ ଗୋଟିଏ ସପ୍ତାହ ଅଧିକ ସମୟ ଦିଆଗଲା । ଏବେ ଯେଉଁମାନଙ୍କ ପାଖରେ ୨ହଜାର ଟଙ୍କିଆ ନୋଟ ରହିଛି ସେମାନେ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏହାକୁ ସୁରୁଖୁରୁରେ ବଦଳାଇପାରିବେ ।