କନକ ବ୍ୟୁରୋ : ଦେଶର ପ୍ରାୟ ୨୭ କୋଟି ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଫେବ୍ରୁଆରୀ ୨୯ ବଦଳରେ ମାର୍ଚ୍ଚ ୧୫ ଯାଏଁ କଟକଣା କୋହଳ କରାଯାଇଛି । ଅର୍ଥାତ ୧୫ ତାରିଖ ଯାଏଁ ପୂର୍ବ ପରି କାମ କରିବ ପେଟିଏମ ପେମେଂଟ ବ୍ୟାଙ୍କ । ନିକଟରେ ଦେଶର ସମସ୍ତ ବ୍ୟାଙ୍କିଙ୍ଗ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥାକୁ ନିୟନ୍ତ୍ରିତ କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପେ-ଟିଏମ ସଂସ୍ଥା ଉପରେ କଟକଣା ଲଗାଇଥିଲା । ଆରବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଫେବ୍ରୁଆରୀ ୨୯ ତାରିଖ ପରେ ପେ-ଟିଏମ ସଂସ୍ଥା ଆଉ ଏହାର ଗ୍ରହକଙ୍କଠାରୁ ଟଙ୍କା ଗ୍ରହଣ କରିପାରିବ ନାହିଁ ବୋଲି କୁହଯାଇଥିଲା । ଆରବିଆଇଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ମାନିନଥିବାରୁ ଏହି କଟକଣା ଲଗାଯାଇଛି । ତେବେ ଏହି ସମୟ ସୀମାକୁ ଆହୁରି ୧୫ଦିନ ବୃଦ୍ଧି କରାଯାଇଛି ।

Advertisment