କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଜାରି କରିଛି ଦେଶର ସବୁଠୁ ବିଶ୍ୱସ୍ତ ତଥା ସୁରକ୍ଷିତ ବ୍ୟାଙ୍କର ନାଁ ଘୋଷଣା କରିଛି । ପ୍ରତିବର୍ଷ ଭଳି ୨୦୨୨ ରିପୋର୍ଟ ଆଧାରରେ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କର ତାଲିକା ପ୍ରକାଶ କରିଛି । ଏହି ବ୍ୟାଙ୍କ ଉଭୟ ଗ୍ରାହକ ଓ ଅର୍ଥବ୍ୟବସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବ୍ୟାଙ୍କର କ୍ଷତି ହେଲେ ପୁରା ଦେଶର ଆର୍ଥିକ ବ୍ୟବସ୍ଥା ପ୍ରଭାବିତ ହେବ ।

Advertisment

ତେଣୁ ଆରବିଆଇ ଡୋମେଷ୍ଟିକ୍ ସିଷ୍ଟମେଟିକାଲ ଇମ୍ପୋଟେଣ୍ଟ ବ୍ୟାଙ୍କ (D-SIBs) ୨୦୨୨ର ତାଲିକା ଜାରି କରିଛି, ଯେଉଁଥିରେ ଗୋଟିଏ ଜାତୀୟ ଓ ୨ଟି ପ୍ରାଇଭେଟ୍ ସେକ୍ଟର ବ୍ୟାଙ୍କ ସାମିଲ ଅଛନ୍ତି । ୨୦୨୧ରେ ସାମିଲ ଥିବା ବ୍ୟାଙ୍କ ଏଥିରେ ପୁଣିଥରେ ସ୍ଥାନ ପାଇଛନ୍ତି । ଚଳିତ ବର୍ଷ ଦେଶର ସବୁଠାରୁ ବିଶ୍ୱସ୍ତ ଓ ସରକ୍ଷିତ ବ୍ୟାଙ୍କ ତାଲିକାରେ ଅଛନ୍ତି ଏସବିଆଇ, ଆଇସିଆଇସିଆଇ ଓ ଏଚଡିଏଫସି ବ୍ୟାଙ୍କ ।

ତେବେ ଏସବୁ ବ୍ୟାଙ୍କ ଉପରେ ଆରବିଆଇର ଖାସ୍ ନଜର ରହିଥାଏ । ଏମାନଙ୍କର ବୁଡିବାର ସମ୍ଭାବନା ନଥାଏ । କାରଣ ଡୋମେଷ୍ଟିକ୍ ସିଷ୍ଟମେଟିକାଲ ଇମ୍ପୋଟେଣ୍ଟ ବ୍ୟାଙ୍କରେ ସାମିଲ ହେବାକୁ ହେଲେ ଆରବିଆଇର ଏକ ନିର୍ଦ୍ଦିଷ୍ଟ ମାନକ ପୂରଣ କରିବାକୁ ପଡେ । ଏହି ବ୍ୟାଙ୍କ ଗୁଡିକୁ ରିସ୍କ ୱେଟେଡ୍ ଆସେଟର କିଛି ପ୍ରତିଶତ ଟିୟର-୧ ଭାବେ ଜମା ରଖିବାକୁ ପଡେ । ଆରବିଆଇ ନିୟମ ଅନୁସାରେ ଏସବିଆଇ ନିଜ ରିସ୍କ ୱେଟେଡ୍ ଆସେଟର ୦.୬୦ ପ୍ରତିଶତ ଟିୟର ଇକ୍ୱିଟି ଭାବେ ଜମା ରଖିବ, ଏଚଡିଏଫସି ଓ ଆଇସିଆଇସିଆଇ ଏହାର ୦.୨୦ ପ୍ରତିଶତ ଟିୟର -୧ ଭାବେ ଜମା ରଖିବେ ।

ଦେବେ କ’ଣ ଏହି ରିସ୍କ ୱେଟେଡ୍ ଆସେଟ୍?

ଅତି ସରଳ ଭାଷାରେ କହିବାକୁ ଗଲେ ,ବ୍ୟାଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ସରକାରଙ୍କୁ ହେଉ, କୌଣସି ବ୍ୟବସାୟିକ ସଙ୍ଗଠନକୁ ହେଉ କିମ୍ବା ଗ୍ରାହକଙ୍କୁ ହୋମ ଲୋନ୍ ବା କାର ଲୋନ୍ ଆଦି ବାଟରେ ହେଉ ଲୋନ୍ ଦେଇଥାଏ । ଏମାନଙ୍କ ଠାରୁ ଲୋନର ସୁଧ ଆକାରରେ ଆଦାୟ ହେଉଥିବା ଅର୍ଥକୁ ରିସ୍କ ୱେଟେଡ୍ ଆସେଟ୍ ବୋଲି କୁହାଯାଏ ।

ଟି-୧ ହେଉଛି ବ୍ୟାଙ୍କ ପ୍ରାଇମେରୀ ଫଣ୍ଡିଙ୍ଗ ବା କୋର୍ କ୍ୟାପିଟାଲ । ବ୍ୟାଙ୍କ ଆରବିଆଇରେ କିଛି ଅର୍ଥ ପୈଠ କରିବା, ଗ୍ରାହକଙ୍କ ଆକାଉଣ୍ଟ ମେଣ୍ଟେନାନ୍ସରେ ଖର୍ଚ୍ଚ, ନିଜ କର୍ମଚାରୀଙ୍କୁ ବେତନ ଦେବା ପରେ ଯାହା ବଳିପଡେ ତାହାକୁ ଟିୟର୧ ଆକାରରେ ଜମା ରଖେ । ଏହା କୌଣସି ଅପାତକାଳୀନ ସ୍ଥିତିରେ ବ୍ୟାଙ୍କର କାମରେ ଆସେ ।

ତେବେ ଆରବିଆଇ ୨୦୧୫ଠାରୁ ଏପରି ସୁରକ୍ଷିତ ବ୍ୟାଙ୍କ ତାଲିକା ପ୍ରକାଶ କରିଆସୁଛି । ଦେଶର ଆର୍ଥିକ ସ୍ଥିତିକୁ ସ୍ଥଇର ରଖିବାକୁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତିବର୍ଷ ଅଗଷ୍ଟରେ ଦେଶରେ ଥିବା ଜାତୀୟ ଓ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ଗୁଡିକର ସ୍ଥିତି ଓ ସେମାନଙ୍କ ଆର୍ଥିକ କାରବାରକୁ ସର୍ଭେ କରି ଏହି ତାଲିକା ପ୍ରସ୍ତୁତ କରିଥାଏ ଆରବିଆଇ । ୨୦୧୫ରୁ ଏଯାଏଁ କେବଳ ଉପରୋକ୍ତ ୩ଟି ବ୍ୟାଙ୍କ ହିଁ ଏହି ତାଲିକାରେ ସାମିଲ ହୋଇପାରିଛନ୍ତି ।

ଏହାର ଅର୍ଥ ଏହି ବ୍ୟାଙ୍କ ଗୁଡିକ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଯେଉଁଠାରେ ଟଙ୍କା କିମ୍ବା ଅନ୍ୟ ସମ୍ପର୍ତ୍ତି ଜମା ରଖିଲେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଯଦି କେବେ କିଛି ମାନ୍ଦାବସ୍ଥା ହୁଏ ତେବେ ଏଥିପାଇଁ ସରକାର ଉତ୍ତରଦାୟୀ ରହିବେ କହିବାର ଅର୍ଥ ଏସବୁ ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ବୁଡିବାର କୌଣସି ଆଶଙ୍କା ନାହିଁ ।