ଆଜିର ସମୟରେ ଡ଼ିଜିଟାଲର ଚାହିଦା ଜୋରସୋରରେ ବଢିବାରେ ଲାଗିଛି । ଟଙ୍କା ଟ୍ରାଞ୍ଜାକ୍ସନର ସହଜ ତରିକା ହୋଇଛି ଡ଼ିଜିଟାଲ୍ ପେମେଣ୍ଟ୍ । ଆପଣ ବି ଯଦି ଡ଼ିଜିଟାଲ୍ ନେଣଦେଣ କରୁଛନ୍ତି ତେବେ ପଢିନିଅନ୍ତୁ ଏହି ଖୁସିଖବର । ଆରବିଆଇ ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଣ୍ଟ୍ ଅର୍ଥାତ୍ ଆରଟିଜିଏସର ସୁବିଧାକୁ ଏବେ ୨୪ ଘଣ୍ଟା ଉପଲବ୍ଧ କରିବା ପାଇଁ ଘୋଷଣା କରିଛି । ଆସନ୍ତୁ ଜାଣିବା ଏଥିରେ ଆପଣଙ୍କୁ କ’ଣ କ’ଣ ସୁବିଧା ମିଳିପାରିବ ।
ଆରଟିଜିଏସ୍ ଡ଼ିଜିଟାଲ୍ ଫଣ୍ଡ ଟ୍ରାନ୍ସଫର୍ କରିବାର ଏକ ନୂଆ ତରିକା , ଯାହାକୁ ବଡ଼ ରାଶିର ଟଙ୍କା ନେଣଦେଣ କରିବା ପାଇଁ ବ୍ୟବହାର କରାଯାଏ । ଏହାର ସାହାଯ୍ୟରେ ଖୁବ୍ କମ୍ ସମୟ ଭିତରେ ଟଙ୍କା ଟ୍ରାନ୍ସଫର୍ ହୋଇପାରେ । ଏଥିରେ ସର୍ବନିମ୍ନ ୨ ଲକ୍ଷ ଟଙ୍କା ଏବଂ ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର୍ କରିବାର ସୁବିଧା ରହିଛି । ବ୍ୟାଙ୍କକୁ ନ ଯାଇ ଆରଟିଜିଏସ୍ ମାଧ୍ୟମରେ ଅନେକ ଲୋକ ଏଥିରେ ଟଙ୍କା ନେଣଦେଣ କରନ୍ତି । କିନ୍ତୁ ସୀମିତ ସମୟ ପାଇଁ ଉପଲବ୍ଧ ଏହି ସୁବିଧା ଅନେକ ଲୋକଙ୍କୁ ଚିନ୍ତାରେ ପକାଇଥିଲା । ଗତବର୍ଷ ଆରବିଆଇ ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ସଂନ୍ଧ୍ୟା ସାଢେ ୪ ରୁ ସମୟ ବଢାଇ ୬ ଟା କରିଥିଲେ । ବର୍ତ୍ତମାନର ସୂଚନା ଅନୁସାରେ ଏହି ସୁବିଧା ୨୪ ଘଣ୍ଟା ପାଇଁ ଉପଲବ୍ଧ କରାଯାଇଛି । ଏହାର ଅର୍ଥ ଆପଣ ଏବେ ଯେତେବେଳେ ବି ଚାହିଁଲେ ଆରଟିଜିଏସ୍ ମାଧ୍ୟମରେ ଟଙ୍କା ନେଣଦେଣ କରିପାରିବେ । ଏହି ସୁବିଧା ଡ଼ିସେମ୍ବରଠାରୁ ଲାଗୁ ହେବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/10/rtgs_5648885_835x547-m.jpg)
/kanak/media/post_attachments/wp-content/uploads/2020/10/fggf-300x222.jpg)