ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଆରବିଆଇର ବଡ ସୂଚନା । -ବ୍ୟାଙ୍କକୁ ଫେରିସାରିଛି ୯୭.୬୨ ପ୍ରତିଶତ ନୋଟ

Advertisment
ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଆରବିଆଇର ବଡ ସୂଚନା । -ବ୍ୟାଙ୍କକୁ ଫେରିସାରିଛି ୯୭.୬୨ ପ୍ରତିଶତ ନୋଟ

କନକ ବ୍ୟୁରୋ : ଭାରତୀୟ ବଜାରରୁ ବ୍ୟାଙ୍କକୁ ଫେରିସାରିଲାଣି ୯୭.୬୨% ୨ହଜାରଟଙ୍କିଆ ନୋଟ । ଏବେ ବି ଲୋକଙ୍କ ପାଖରେ ରହିଛି ୮ହଜାର ୪୭୦ କୋଟି ଟଙ୍କାର ଗୋଲାପୀ ନୋଟ । ମେ, ୨୦୨୩ରେ ୨୦୦୦ଟଙ୍କିଆ ନୋଟକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଜନସାଧାରଣଙ୍କୁ ଆରବିଆଇ ଅଧିକୃତ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ଦାଖଲ କରି ଅନ୍ୟ ନୋଟ ନେବାକୁ ପରାର୍ମଶ ଦିଆଯାଇଥିଲା । କାରବାରର ସମାପ୍ତି ନେଇ ଘୋଷଣା ସମୟରେ ବଜାରରେ ମୋଟ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ଟଙ୍କିଆ ନୋଟ ରହିଥିଲା, ଯାହା ଏବେ ୮ହଜାର ୪୭୦ କୋଟି ଟଙ୍କାକୁ ଖସି ଆସିଛି । ଖୁବଶୀଘ୍ର ସମସ୍ତ ଟଙ୍କା ରାଜକୋଷକୁ ଫେରିଆସିବ ବୋଲି ଆରବିଆଇ କତୃପକ୍ଷ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe