କନକ ବ୍ୟୁରୋ: ଦେଶର ପ୍ରାୟ ୨୭ କୋଟି ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ ବନ୍ଦ ହୋଇପାରେ । ଏପରି ଖବର ଶୁଣି ଆପଣ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପେ-ଟିଏମ ୱାଲେଟରେ ଥିବା ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ । ଏବଂ ଏଥିରେ ଥିବା ସଞ୍ଚୟକୁ ଆପଣ ଯେମିତି ଖର୍ଚ୍ଚ କରୁଥିଲେ ସେମିତି ଖର୍ଚ୍ଚ କରିପାରିବେ । ସଞ୍ଚୟ ଶେଷ ହୋଇଯିବା ପରେ ଆଉ ଜମା କରିପାରିବେ ନାହିଁ । ଦେଶର ସମସ୍ତ ବ୍ୟାଙ୍କିଙ୍ଗ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥାକୁ ନିୟନ୍ତ୍ରିତ କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପେ-ଟିଏମ ସଂସ୍ଥା ଉପରେ କଟକଣା ଲଗାଇଛି ।

ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଫେବ୍ରୁଆରୀ ୨୯ ତାରିଖ ପରେ ପେ-ଟିଏମ ସଂସ୍ଥା ଆଉ ଏହାର ଗ୍ରହକଙ୍କଠାରୁ ଟଙ୍କା ଗ୍ରହଣ କରିପାରବ ନାହିଁ । ଆରବିଆଇଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ମାନିନଥିବାରୁ ଏହି କଟକଣା ଲଗାଯାଇଛି । ତେଣୁ ଫେବ୍ରୁଆରୀ ୨୯ ପରେ ଆକାଉଂଟ, ୱାଲେଟ୍ କିମ୍ବା ଫାସଟ୍ୟାଗ କୌଣସି ଉପାୟରେ ବି ପେ-ଟିଏମ ଗ୍ରାହକଙ୍କଠାରୁ ଟଙ୍କା ଗ୍ରହଣ କରିବ ନାହିଁ । ଆଉ କୌଣସ ନୂଆ ଗ୍ରାହକ ମଧ୍ୟ ପେ-ଟିଏମ ସହ ଯୋଡିହେବେ ନାହିଁ । ଏବେ ନଜର ପକାନ୍ତୁ ପେ-ଟିଏମ ସଂସ୍ଥାର ଇତିହାସ ଉପରେ ।

- ଦେଶର ପ୍ରଥମ ଡିଜିଟାଲ ପେମେଂଟ ଆପ୍ ପେ-ଟିଏମ
- ବିଜୟ ଶେଖର ଶର୍ମା ଏହାର ପ୍ରତିଷ୍ଠାତା
- ୨୦୧୦ ଅଗଷ୍ଟରେ ଦେଶରେ ଲଞ୍ଚ ହୋଇଥିଲା ପେ-ଟିଏମ ପେମେଂଟ ଆପ୍
- ୨୦୧୪ରେ ପେ-ଟିଏମ ୱାଲେଟ୍ ଲଞ୍ଚ ହେଲା
- ଦେଶରେ ଏହାର ପ୍ରାୟ ୨୭ କୋଟି ଗ୍ରାହକ ଅଛନ୍ତି
- ୨୦୧୮ ଓ ୨୦୨୨ରେ ମଧ୍ୟ ପେ-ଟିଏମ କାରବାର ଉପରେ ଆରବିଆଇ ଆପତି କରିଥିଲା
- ପୂର୍ବରୁ ପେ-ଟିଏମ ସଂସ୍ଥା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୩ଥର କାର୍ଯ୍ୟାନୁଷ୍ଠାନ ନେଇଛି