କରୋନା କାଳରେ ଆଉ ରହିବନି ଅର୍ଥ ସଂକଟ ! ମାତ୍ର ୧୦ ସେକେଣ୍ଡରେ ମିଳିବ ୫୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ: ମହାମାରୀ ଭିତରେ କ୍ୟାସ୍ ଆଡଭାନ୍ସରୁ ଉଠାଇପାରିବେ ନଗଦ ଟଙ୍କା; ଆପଣଙ୍କ ସୁବିଧା ହିସାବରେ କରିପାରିବେ ରିଟର୍ଣ୍ଣ

ଜାଣନ୍ତୁ ପୂରା ପ୍ରକ୍ରିୟା...

1,933

କନକ ବ୍ୟୁରୋ: କରୋନା ମହାମାରୀ କାରଣରୁ ଦେଶର ଅର୍ଥନୀତି ଏବେ ଦୋହଲି ଯାଇଛି । କ୍ଷୁଦ୍ର ବ୍ୟବସାୟୀଠାରୁ ଆରମ୍ଭ କରି ବଡ ବଡ ଶିଳ୍ପପତି ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ହତାଶ କରିଦେଇଛି କୋଭିଡ-୧୯ ମହାମାରୀ । ଦିନ ଗଡିବା ସହ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି ଆୁ ତା ସାଙ୍ଗକୁ ଦେଶର ଅର୍ଥନୀତି ମଧ୍ୟ ତଳକୁ ତଳ ଖସିବାରେ ଲାଗିଛି । ତେବେ ଏଭଳି ପରିସ୍ଥିତିରେ Razorpay ପକ୍ଷରୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀମାନଙ୍କ ପାଇଁ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଯୋଜନା । ଯେଉଁଥିରେ ମାତ୍ର ୧୦ ସେକେଣ୍ଡ ମଧ୍ୟରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେବାର ସୁବିଧା ରହିଛି ।

କରୋନା କାଳରେ ଆଉ ରହିବନି ଆର୍ଥିକ ସଂକଟ । ମାତ୍ର ୧୦ ସେକେଣ୍ଡରେ ମିଳି ୫୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ମହାମାରୀ ଭିତରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ନଗଦ ରୂପରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ  Razorpay ଲଂଚ କରିଛି କୋଲେଟରଲ ଫ୍ରି ଲାଇନ ଅଫ କ୍ରେଡିଟ୍ ।  ଯାହାର ନାଁ ରଖାଯାଇଛି କ୍ୟାସ୍ ଆଡଭାନ୍ସ । ତେବେ ଏହି କ୍ୟାସ୍ ଆଡଭାନ୍ସ ଅନୁସାରେ ଏମଏସଏମଇ ଅଧିନରେ ଆସୁଥିବା ବ୍ୟବସାୟୀମାନେ ନିଜ ଆବଶ୍ୟକତା ଅନୁଯାୟୀ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ । ତେବେ ଜବଚ୍ଛକ୍ଟକ୍ସକ୍ଟ୍ରବଚ୍ଚର ଡ୍ୟାସବୋର୍ଡ ଜରିଆରେ ଆପଣ ମାତ୍ର ୧୦ ସେକେଣ୍ଡ ଭିତରେ  ଲୋନ ମିଳିଯିବ । ହେଲେ ଏଥିପାଇଁ ଆପଣଙ୍କର ବିଜନେସ୍ କ୍ରେଡିଟ୍ ହିଷ୍ଟ୍ରୀ ଭଲ ଥିବା ନିହାତି ଜରୁରୀ ।

Razorpay କହିବାନୁସାରେ,  କ୍ଷୁଦ୍ର ଉଦ୍ୟୋଗୀ, ଇ-କମର୍ସ ସେଲର୍ସ ଏବଂ ସେବା ପ୍ରଦାନକାରୀଙ୍କୁ ଗ୍ରାହକଙ୍କଠାରୁ ପେମେଂଟ ପାଇବା ପୂର୍ବରୁ ବି ପୁଂଜିର ଆବଶ୍ୟକତା ପଡିଥାଏ । ଉଦାହରଣସ୍ୱରୂପ, ଏକ ଇ-କମର୍ସ ସେଲର୍ସକୁ ଅର୍ଡରର ସଟ୍ ନୋଟିସ ମଧ୍ୟରେ ଷ୍ଟକ୍ ପ୍ରସ୍ତୁତି କରିବାକୁ ପଡିଥାଏ । ଯେଉଥିପାଇଁ ସେମାନଙ୍କ ପାଖରେ ପଂଜିର ଆବଶ୍ୟକତା ପଡିଥାଏ । ତେଣୁ ଏଭଳି ପରିସ୍ଥିତିରେ ବ୍ୟବସାୟୀ କ୍ୟାସ୍ ଆଡଭାନ୍ସରୁ ଲୋନ ନେଇପାରିବେ । ତେବେ ବ୍ୟବସାୟୀଙ୍କ କ୍ରେଡିଟ୍ ହିଷ୍ଟ୍ରୀକୁ ଆଧାର କରି କ୍ୟାସ ଆଡଭାନ୍ସର ସୁବିଧା ମିଳିପାରିବ । ଏବଂ ଅନୁମୋଦନ ମିଳିବା ପରେ ହିଁ ଯାଇ ବ୍ୟବସାୟୀମାନେ ଏଠାରୁ ଟଙ୍କା ନେଇପାରିବେ ଏବଂ ସୁବିଧା ହିସାବରେ ଏହି ଟଙ୍କାକୁ ୬ରୁ ୧୨ ମାସ ମଧ୍ୟରେ ରିଟର୍ଣ୍ଣ ମଧ୍ୟ କରିପାରିବେ ।