କନକ ବ୍ୟୁରୋ : ମୁକ୍ତିଲାଭ କରିଛି ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ରାଜିର ପ୍ରଥମ ଟ୍ରେଲର୍ । ଫିଲ୍ମରେ ଭାରତୀୟ ସେନାର ଜଣେ ସ୍ପାଏ ଭାବେ ନଜର ଆସିଛନ୍ତି ଆଲିଆ ଭଟ୍ଟ । ପ୍ରଥମ ଥର ପାଇଁ ପରଦାରେ ଜାସୁସ ଭୂମିକାରେ ନଜର ଆସିଛନ୍ତି ଆଲିଆ । ନିଜ ଚରିତ୍ରକୁ ସଠିକ୍ ଭାବେ ପରଦାରେ ତୁଲାଇବା ପାଇଁ କଡା ମେହନତ କରିଛନ୍ତି ସେ । ଯାହା ଏହି ଟ୍ରେଲରକୁ ଦେଖିଲେ ଜଣାପଡୁଛି ।
ଆଗାମୀ ବଲିଉଡ୍ ପିରିଅଡ୍ ଡ୍ରାମା ଫିଲ୍ମ ରାଜିର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଓ ବିକି କୌଶଲଙ୍କୁ ଦମଦାର୍ ଅଭିନୟ ସ୍ଥାନ ପାଇଛି । ୧୯୭୧ ମସିହାରେ ଇଣ୍ଡିଆ - ପାକିସ୍ତାନ ୱାର୍ ସମୟର ଏକ କାହାଣୀକୁ ନେଇ ଏହି ସିନେମା ପ୍ରସ୍ତୁତ କରିଛି ଧର୍ମା ପ୍ରଡକ୍ସନ । ସେହମତ୍ ଭାରତର ଏକ ଯୁବତୀ ଯାହାର ବିବାହ ପାକିସ୍ତାନ ସେନାର ଜଣେ ଅଫିସର୍ ଇକବାଲ୍ ସହ କରାଯାଏ । ସେହମତକୁ ଭାରତୀୟ ସେନା ପାଇଁ ଏଂଜେଂଟ୍ ଭାବେ ପ୍ରସ୍ତୁତ କରାଯାଇଥାଏ । ଆଉ ପାକିସ୍ତାନ ଯାଇ ସେଠାରୁ ସମସ୍ତ ତଥ୍ୟ ପଠାଇବାକୁ କୁହାଯାଏ । ଏମିତି ଏକ ଦମଦାର୍ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ବଲିଉଡ୍ ଚୁଲବୁଲି ନାୟିକା ଆଲିଆ ଭଟ୍ଟ । ସିନେମାରେ ତାଙ୍କ ସ୍ୱାମୀ ତଥା ପାକିସ୍ତାନ ସେନା ଅଧିକାରୀ ଭାବେ ନଜର ଆସିଛନ୍ତି ଅଭିନେତା ବିକି କୌଶଲ୍ । ପ୍ରଥମ ଥର ପାଇଁ ପରଦାରେ ଜଣେ ସ୍ପାଏ ଚରିତ୍ରରେ ଅଭିନୟ କରିଛନ୍ତି ଆଲିଆ ।
ଭିନୀତ୍ ଜୈନ ଓ କରଣ ଜୋହର୍ଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମେଘନା ଗୁଲଜାର୍ । ଫିଲ୍ମର ଆଲିଆ ଭଟ୍ଟ ଓ ଭିକି କୌଶଲଙ୍କ ବ୍ୟତୀତ ଅମୃତା ଖନବିଲକର୍, ସୋନି ରଜଦାନ୍, ଶିଶିର ଶର୍ମା ଆଦି କଳାକାରଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଶଙ୍କର ଏହସାନ୍ ଲୟ । ୧୧ ମେ’ରେ ପରଦାକୁ ଆସିବ ଚଳଚ୍ଚିତ୍ର ରାଜି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/raazi.jpg)
/kanak/media/post_attachments/wp-content/uploads/2018/04/alia-bhatt-plays-raazi-indian-spy-trailer_5b889dc2-3cc7-11e8-bac8-9a0e74ac6915-300x169.jpg)
/kanak/media/post_attachments/wp-content/uploads/2018/04/new-posters-from-alia-bhatt-and-vicky-kaushal-s-raazi-unveiled-300x169.jpg)