ଦିଲ୍ଲୀ ବଜାରରେ ଚମକିବ ରାୟଗଡ଼ାର ଆମ୍ବ । ପ୍ରଥମ ପର୍ଯ୍ୟାୟରେ ଗଲା ସାଢ଼େ ୪ ହଜାର କ୍ୱିଣ୍ଟାଲ ଆମ୍ବ

42

କନକ ବ୍ୟୁରୋ : ଦିଲ୍ଲୀରେ ବିକ୍ରି ହେବ ରାୟଗଡା ଆମ୍ବ । ରାୟଗଡାର ସୁସ୍ୱାଦୁ ଆମ୍ବ ନୂଆଦିଲ୍ଳୀ ବଜାରରେ ବିକ୍ରି ପାଇଁ ଆଜିଠାରୁ ରତ୍ପାନୀ ପ୍ରକିୟା ଆରମ୍ଭ ହୋଇଛି । ଦୋଶେରି, ଅମରାପଲୀ, ଲେଙ୍ଗଡା ଓ ମଲ୍ଳିକା କିସମର ଆମ୍ବ ରାଜଧାନୀକୁ ପଠାଯାଇଛି । ଚଳିତ ବର୍ଷ ୩ଶହ ମେଟ୍ରିକ୍ ଟନ୍ ଆମ୍ବ ବିକ୍ରି କରିବାର ଲକ୍ଷ୍ୟ ରଖାଯାଇଛି ।

ବିଶାଖାପାଟଣା-ନିଜାମୁଦ୍ଦିନ୍ ସମତା ଏକ୍ସପ୍ରେସ ଯୋଗେ ରାୟଗଡାରୁ ଦିଲ୍ଲୀ ପଠାଯାଇଛି ଆମ୍ବ । ମୋଟ ୨୮୮ କାର୍ଟୁନରେ ପ୍ରାୟ ୪ ହଜାର ୩୨୦ କ୍ୱିଂଟାଲ ଆମ୍ବ ପଠାଇଛି ଜିଲ୍ଲା ପ୍ରଶାସନ । ଏହି ବିକ୍ରି ପ୍ରକ୍ରିୟା ପାଇଁ ଜିଲ୍ଲାର କାଶିପୁର, ବିଷମକଟକ, ମୁନିଗୁଡା, କଲ୍ୟାଣସିଂହପୁର ଓ ରାୟଗଡ ବ୍ଳକର ସଂଗ୍ରହ ହେଉଛି ଆମ୍ବ । ଚଳିତ ବର୍ଷର ପ୍ରଥମ ରତ୍ପାନୀ ଆମ୍ବ, କଲ୍ୟାଣସିଂହପୁର ବ୍ଳକ ଧରଣୀପେନୁ ସ୍ୱଂୟ ସହାୟକ ଗୋଷ୍ଠୀରୁ ସଂଗ୍ରହ କରାଯାଇଛି । ପ୍ରଥମ ଦଫାରେ ଦିଲ୍ଲୀକୁ ଦଶେରି, ଆମ୍ରପଲ୍ଲୀ, ଲେଙ୍ଗଡା ଓ ମଲ୍ଳିକା କିସମର ଆମ୍ବ ପଠାଯାଇଛି । ଫଳରେ ଜିଲ୍ଲାର ୪୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ୩ ହଜାର ୨୬ ଜଣ ଚାଷୀ ଲାଭବାନ ହେବେ ବୋଲି ଆକଳନ କରିଛି ଜିଲ୍ଲା ପ୍ରଶାସନ ।

ଚଳିତ ବର୍ଷ ୩ଶହ ମେଟ୍ରିକ୍ ଟନ୍ ଆମ୍ବ ବିକ୍ରି କରିବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା । ତେବେ ୨୦୧୭-୧୮ ଆର୍ଥିକ ବର୍ଷରେ ୨ଶହ ମେଟ୍ରିକ୍ ଟନ୍ ଥିଲା, କିନ୍ତୁ ଚାହିଦା ଅନୁସାରେ ୩ଶହ ୨୮ମେଟ୍ରିକ୍ ଟନ୍ ଆମ୍ବ ବିକ୍ରି ହୋଇପାରିଥିଲା । ଦିଲ୍ଲୀ ସମେତ ବିଶାଖାପାଟଣା, ଭୁବନେଶ୍ୱର, ରାଉରକେଲା ଓ ରାୟପୁର ବଜାରରେ ଦୈନିକ ୫୦ମେଟ୍ରିକ୍ ଟନ୍ ଆମ୍ବ ବିକ୍ରି କରିବା ଲକ୍ଷ୍ୟ ରଖିଛି ପ୍ରଶାସନ । ଦିଲ୍ଳୀର ମଦର ଡାୟରୀରେ ରତ୍ପାନୀ ଆମ୍ବ ଗୁଡିକର ସର୍ବାଧିକ ମୂଲ୍ୟ କିଲୋଗ୍ରାମ ପ୍ରତି ୬୭ ଟଙ୍କା ଏବଂ ସର୍ବନିମ୍ନ ୪୭ ଟଙ୍କା ରଖିଛି । ଓରମାସ୍ ମାଧ୍ୟମରେ ରାଜ୍ୟ ବାହାରକୁ ଆମ୍ବ ରପ୍ତାନୀ ଚାଷୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି ।