ରାୟଗଡାରେ କଂଗ୍ରେସର କସରତ । କିଏ ହାତେଇବ କଂଗ୍ରେସ ଟିକେଟ୍, ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା

97

କନକ ବ୍ୟୁରୋ : କିଏ ହାତେଇବ କଂଗ୍ରେସ ଟିକଟ ? କିଏ ଲଢିବ ନିର୍ବାଚନ? ଟିକେଟ୍ ପାଇଁ ଆରମ୍ଭ କସରତ । କଂଗ୍ରେସ ଦଳରେ ଅଶାୟୀଙ୍କ ଲମ୍ବା ତାଲିକା । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି । ଦଳ ଦଳ ମଧ୍ୟରେ ଛକାପଞ୍ଝା ସେତିକି ବଢିବାରେ ଲାଗିଛି । ତେବେ ଆଗାମୀ ନିର୍ବାଚନରେ ଲୋକଙ୍କ ପସନ୍ଦର ପାର୍ଥୀ ଦେବାକୁ ଯୋଜନା କରିଛି କଂଗ୍ରେସ । ରାୟଗଡା ଜିଲ୍ଲାର ୩ ନିର୍ବାଚନ ମଣ୍ଡଳି ମଧ୍ୟରୁ ରାୟଗଡା ବିଧାନସଭା ଆସନ ପାଇଁ ୧୧ ଜଣ ଆଶାୟୀ ଅଛନ୍ତି । ସେପଟେ କୋରାପୁଟ ଲୋକ ସଭା ଆସନ ପାଇଁ ଦଳରୁ ୧୨ ଜଣ ଆଶାୟୀ ରହିଛନ୍ତି । ଏହି ତାଲିକାରେ ବହୁ ପୁରୁଣା ଓ ନୂଆ ମୁହଁ ରହିଛନ୍ତି । ମୈଦାନରେ ଏତେ ସଂଖ୍ୟାରେ ଆଶାୟୀ ଥିବାରୁ ଦଳିୟ କର୍ମୀ ଓ ଲୋକଙ୍କ ପସନ୍ଦର ନେତା କିଏ ହବ ତାହାକୁ ନେଇ ଚାଲିଛି ପ୍ରତିଦ୍ୱନ୍ଦିତା ।

ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଛି ଟକ୍କର । ଭୋଟ୍ ହାତେଇବାକୁ ନିଜ ନିଜ କର୍ମୀ ମାନଙ୍କୁ ଧରି ରାତି ଦିନ ନିଜ ନିଜ ଅଚଂଳ ବୁଲି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରହିଛି । ଏପରିକି ଲୋକଙ୍କ ନିକଟତର ହେବାକୁ ସମସ୍ତ ପ୍ରକାର ପୟାସ କରାଯାଉଛି । ସେହିଭଳି କୋରାପୁଟ ଲୋକସଭା ସାସଂଦ ପ୍ରାର୍ଥୀ ପାଇଁ ବର୍ତମାନର ସାସଂଦ ସପ୍ତଗିରି ଶଙ୍କର ଉଲ୍ଲାକା ଓ ପୂର୍ବତନ ସାସଂଦ ହେମା ଗମାଙ୍ଗ ସହିତ ଅନ୍ୟମାନଙ୍କୁ ମିଶାଇ ସମୁଦାୟ ୧୨ ଜଣ ଆଶାୟୀ ଆବେଦନ କରିଛନ୍ତି । ସମସ୍ତ ଆଶାୟୀ ନିଜ ନିଜ କର୍ମୀ ଓ ସମର୍ଥକ ମାନଙ୍କୁ ଧରି ପ୍ରଚାର କାର୍ଯ୍ୟରେ ଲାଗିପଡିଛନ୍ତି ।

ନିର୍ବାଚନୀ ମଇଦାନରେ ଆଶାୟୀଙ୍କ ଲମ୍ବା ରେସ୍ ଲାଗିଛି । ତେବେ ସଠିକ୍ ସମୟରେ କାହାକୁ ଟିକେଟ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।