ସୁନା ବ୍ୟବସାୟୀଙ୍କ ସଂସାର ଉଜାଡିଦେଲା ସୈତାନ ସଂକ୍ରମଣ । ୨୪ ଘଣ୍ଟା ଭିତରେ କୋଟିପତି ବାପା-ପୁଅଙ୍କୁ ନେଇଗଲା ଭୂତାଣୁ ।

3,136

କନକ ବ୍ୟୁରୋ: କରୋନା କୋଟିପତି ଦେଖେନି । ଧନୀ, ଗରିବ କାହାକୁ ଛାଡେନି… ପୁଳା ପୁଳା ଟଙ୍କା, ନାମୀଦାମୀ ଗାଡି, ଭରି ଭରି ସୁନା, ଏକର ଏକର ଜମି ଆଉ ବ୍ୟାଙ୍କ, ବାଲାନ୍ସ, ବଙ୍ଗଲୋ ସହ ଲକଜୁରୀୟସ୍ ଲାଇଫ୍… କରୋନା ଆଗରେ ଏସବୁ କିଛି ନୁହେଁ । ଆପଣ ଯେତେ କୋଟିପତି ହୋଆଥାନ୍ତୁ, ଯେଡେ ବଡ ଧନୀ ହୋଇଥାନ୍ତୁ ନା କାହିଁକି । କରୋନା ଆଗରେ କିଛି କାମ କରେନି । ସଂକ୍ରମଣ ସବୁ ସାରିଦିଏ, ସର୍ବନାଶ କରେ, ସର୍ବହରା ସଜାଏ, ପରିବାର ଉଜାଡି ସମ୍ପର୍କୀୟଙ୍କୁ ଛଡାଇ ନିଏ…

ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯେଉଁଠି କୋଟି କୋଟି ଟଙ୍କା ବି କରୋନା ଆଗରେ ଫିକା ପଡିଯାଇଛି । ଏତେ ବଡ ଧନୀ ହୋଇ, ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ଥାଇ ବି ସଂକ୍ରମଣ ସହ ଲଢି ପାରିଲେନି । ମହାମାରୀକୁ ମାତ୍ ଦେଇପାରିଲେନି ଆଉ ଭୂତାଣୁ ସହ ଲଢି ଜୀବନ ଛଡାଇ ପାରିଲେନି । କରୋନାର କରାଳ ଆଁରେ ଶେଷରେ ଚାଲିଯାଇଛି ଜୀବନ । ପୁଣି ଗୋଟିଏ ନୁହେଁ ୨୪ ଘଣ୍ଟା ଭିତରେ ଲିଭି ଯାଇଛି ବାପପୁଅଙ୍କ ଜୀବନ ଦୀପ…
ସଂକ୍ରମଣ ଭିତରେ ରାୟଗଡା ସହରରୁ ଆସିଥିବା ଏ ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି । ଯେଉଁଠି ୨୪ ଘଂଟା ଭିତରେ ସଂକ୍ରମଣ ନେଇଛି ପ୍ରତିଷ୍ଠିତ ସୁନା ବ୍ୟବସାୟୀ ବାପ ପୁଅଙ୍କ ଜୀବନ । ତେବେ ରାୟଗଡା ସହରର ଜଣାଶୁଣା ସୁନା ବ୍ୟବସାୟୀ ତଥା କୋଟି କୋଟି ଟଙ୍କାର ମାଲିକ ପେଦି ସେଟି କୁମାର ସ୍ୱାମିଙ୍କ କରୋନାରେ ମୃତ୍ୟୁ ହୋଇଛି । ଆଉ ତାଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ ବଡ ପୁଅ ପ୍ରାଣ ହରାଇଛନ୍ତି ।

ତେବେ ପ୍ରଥମେ ସୁନା ବାବସାୟୀ କୁମାର ସ୍ୱାମିଙ୍କ ସ୍ତ୍ରୀ ଓ ସାନ ପୁଅ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଚିକିତ୍ସିିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସ୍ତ୍ରୀ ଓ ସାନ ପୁଅ ଘରକୁ ଫେରିବାର ୪ ଦିନ ପରେ ନିଜେ କୁମାର ସ୍ୱାମୀ ଏବଂ ତାଙ୍କ ବଡ ପୁଅ ସୁଧିର କୁମାର, ସାନ ବୋହୁ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ରହିଥିଲେ । ପରେ ଆକ୍ରାନ୍ତ ୩ ଜଣଙ୍କୁ ବିଶାଖାପାଟନମର ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ମାତ୍ର ସଂକ୍ରମଣରେ ଏ ଯୁଦ୍ଧରେ ଦୀର୍ଘ ୭ ଦିନ ଧରି ସଂଗ୍ରାମ କରିବା ପରେ ସୋମବାର ବାପା କୁମାର ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା ଆଉ ଏହାର ୨୪ ଘଣ୍ଟା ପରେ ବଡ ପୁଅ ସୂଧୀରଙ୍କ ମୃତ୍ୟୁ ହୋଇଛି ।

ସବୁଠାରୁ ବଡ କଥା ହେଉଛି କୋଭିଡର ଦୁଇଟି ଡ଼ୋଜ ନେଇଥିଲେ ମଧ୍ୟ କରୋନାରେ ତାଙ୍କର ମୃତ୍ୟୁ ହୋଇଛି । ଗୋଟିଏ ପଟେ ଟଙ୍କା ଏବଂ ଅନ୍ୟ ପଟେ ଟୀକା- କରୋନା କବଳରୁ ଜୀବନକୁ ବଞ୍ଚାଇ ପାରିବାରେ ସକ୍ଷମ ହୋଇପାରିନି । ସେପେଟ ପରିବାରର ଦୁଇଜଣଙ୍କ ମୃତ୍ୟୁ ଆଉ ସାନବୋହୁ ମେଡିକାଲରେ କରୋନା ସହ ଲଢେଇ କରୁଥିବାରୁ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ଏ ଖବର ରୟଗଡା ସହରରେ ଶୋକର ଛାୟା ଖେଳାଇ ଦେଇଛି । ସତରେ ଏ ଘଟଣା ହିଁ ପ୍ରମାଣିତ କରୁଛି କରୋନା ଦେଖେନି ଧନୀ ଗରିବ…