ପିଲାଙ୍କ ପାଠପଢ଼ା ପାଇଁ ଆଦିବାସୀ କଲ୍ୟାଣ ବିଭାଗର ନିଆରା ଉଦ୍ୟମ: ଗଣୁପୁରରେ ଲର୍ଣ୍ଣିଂ ଓ ମେଣ୍ଟରସିପ ବ୍ୟବସ୍ଥାରେ ଗାଁକୁ ଗାଁ ଯାଇ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ

ସାମାଜିକ ଦୂରତା ରଖି ଚାଲିଛି ପାଠ ପଢ଼ା

470

କନକ ବ୍ୟୁରୋ: କରୋନା ପାଇଁ ସ୍କୁଲ, କଲେଜ ବନ୍ଦ ରହିଛି । ପିଲାଙ୍କ ପାଠପଢା ଠପ୍ ହୋଇଯାଇଛି । ଆଦିବାସୀ ଛାତ୍ରଛାତ୍ରୀ ଗାଁ ଗହଳିରେ ରହି ପାଠପଢାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସରକାରଙ୍କ ଆଦିବାସୀଙ୍କ କଲ୍ୟାଣ ବିଭାଗ ପକ୍ଷରୁ ପାଠପଢାରେ ସୁଧାର ଆଣିବା ଲାଗି ନିଆଯାଇଛି ଲର୍ଣ୍ଣିଙ୍ଗ ଓ ମେଂଟରସିପ କାର୍ଯ୍ୟକ୍ରମ ।

ଛୁଟିରେ ପିଲାମାନଙ୍କୁ ପାଠ ସମ୍ପର୍କରେ ଅବଗତ କରିବା ଓ କରୋନା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ଗାଁ ଗାଁକୁ ଯାଇ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି । ରାୟଗଡାର ଗୁଣପୁର ବ୍ଲକରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ସପ୍ତାହକୁ ୫ ଦିନ ଧରି ଏଭଳି ପାଠ ପଢାଯାଉଛି । ପିଲାମାନେ ୟୁନିଫର୍ମରେ ଆସିବା ସହ ପ୍ରାର୍ଥନା ବି କରୁଛନ୍ତି । ମାସ୍କ ଓ ସାମାଜିକ ଦୂରତା ରଖି ଶିକ୍ଷାଦାନ କରାଯାଉଛି । ସ୍କୁଲ ଖୋଲିବା ଯାଏଁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ।