ମୃତ୍ୟୁର ୨୪ ଘଂଟା ପରେ ବି ହେଲା ନାହିଁ ଶବବ୍ୟବଚ୍ଛେଦ । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

Advertisment
ମୃତ୍ୟୁର ୨୪ ଘଂଟା ପରେ ବି ହେଲା ନାହିଁ ଶବବ୍ୟବଚ୍ଛେଦ । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କନକ ବ୍ୟୁରୋ : ଶବ ବ୍ୟବଚ୍ଛେଦରେ ବିଳମ୍ବ ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାଯାଇଛି। ମୃତ୍ୟୁର ୨୪ ଘଣ୍ଟା ପରେ ବି ଶବ ବ୍ୟବଚ୍ଛେଦରେ ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାୟଗଡ଼ା ଜିଲ୍ଲାର କୁଲି ଗାଁର ପ୍ରସାଦ କିଲାକା (୩୦) ନାମକ ଜଣେ ଯୁବକ ବିଷ ପିଇବାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଅପରାହ୍ନ ଗୋଟାଏ ବେଳେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୁଲିସ୍ ବିଳମ୍ୱ କରିବାରୁ  ଶବ ବ୍ୟବଚ୍ଛେଦ ହୋଇ ପାରି ନଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

ଏହାର ପ୍ରତିବାଦରେ ଏବଂ ତୁରନ୍ତ ଶବ ବ୍ୟବଚ୍ଛେଦ କରିବାକୁ ସକାଳେ କୁଲି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସମେତ ତାଙ୍କ ସମର୍ଥକ ଓ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଏସଂପର୍କରେ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଶବ ବ୍ୟବଚ୍ଛେଦ କାମ ଆରମ୍ଭ ହୋଇଯାଇଛି ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe