୩ମାସ ପରେ ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି : କଡ଼ା ସୁରକ୍ଷା ବଳୟରେ ଚାଲିଛି ଗଣତି; ୧୫୦ ବ୍ୟକ୍ତି ଗଣୁଛନ୍ତି ଦାନ ଟଙ୍କା

576

କନକ ବ୍ୟୁରୋ : ୩ମାସ ପରେ ଖୋଲିଲା ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି । ଚାଲିଛି ଗଣତି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି । ଦାନ ଅର୍ଥ ଗଣତିରେ ବିଭିନ୍ନ ସଙ୍ଗଠନର ସଦସ୍ୟ, ସ୍ୱେଚ୍ଛାସେବୀ ଓ କିଛି ଛାତ୍ରଛାତ୍ରୀଙ୍କ ସମେତ ଦେଢ଼ ଶହ ବ୍ୟକ୍ତି ସାମିଲ ହୋଇଛନ୍ତି ।

ଗତ ୩ମାସ ତଳେ ଜୁନ୍ ୨୧ତାରିଖରେ ଦାନ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି କରାଯାଇଥିଲା । ଯେଉଁଥିରୁ ୫୮ଲକ୍ଷ ୨୪ହଜାର ୯୫୦ଙ୍କା, ୩୯ଗ୍ରାମ ସୁନା, ୧କେଜି ୬୫୦ ଗ୍ରାମ ରୁପା ମିଳିଥିଲା । ଏହାସହ ୨୮ଟି ଆମେରିକାନ ଡୋଲାର, ରିଆଲ ଭଳି ବିଦେଶୀ ମୁଦ୍ରା ମିଳିଥିଲା । ତେବେ ଚଳିତ ଥର ୪୫ରୁ ୫୦ଲକ୍ଷ ଟଙ୍କା ମିଳିବ ବୋଲି ମନ୍ଦିର କମିଟି ଆଶା କରିଛି ।