ଆତ୍ମସମର୍ପଣ କଲେ ୨ ଦୁର୍ଦାନ୍ତ ମାଓବାଦୀ : ରାୟଗଡା ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ

ଜଣଙ୍କ ନାଁରେ ୪ ଲକ୍ଷ ଓ ଅନ୍ୟ ଜଣଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର

111

କନକ ବ୍ୟୁରୋ : ଆଜି ରାୟଗଡ଼ା ପୁଲିସ ନିକଟରେ ଦୁଇଜଣ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିବା କଥା ଏସ୍‌ପି ବିବେକାନନ୍ଦ ଶର୍ମା କହିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଲେ, ସୁନାବେଡ଼ା ଏରିଆ କମିଟି ତଥା ମେନପୁର-ନୂଆପଡ଼ା ଡିଭିଜନ୍‌ର ଏରିଆ କମିଟି ଦସ୍ୟମଙ୍କୁ ଓୟାମ୍‌ ଓରଫ୍‌ ଜୟରାମ୍‌ ଏବଂ ‘କେକେବିଏନ୍‌ କମିଟି’ର ସଦସ୍ୟ ଲାଛୁ ମାଡ଼କାମ ।

ଦିନକୁ ଦିନ ମାନସିକ ନିର୍ଯାତନା, ଯୌନ-ଶୋଷଣ ଓ ଅନ୍ୟାନ୍ୟ ଅତ୍ୟାଚାର ବୃଦ୍ଧି ପାଉଥିବାରୁ ମାଓ ସଙ୍ଗଠନ ଛାଡ଼ି ସ୍ୱାଭାବିକ ସାମାଜିକ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିବା କଥା ସେମାନେ କହିଛନ୍ତି । ମଙ୍କୁଙ୍କ ନାମରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ୨୦୧୧ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିବା ଛତିଶଗଡ଼ କ୍ୟାଡର୍‌ର ଜୟରାମ୍‌ ୨୦୧୮ରେ ଓଡ଼ିଶାର କଳାହାଣ୍ଡିରେ କାର୍ଯ୍ୟ କରୁଥିଲେ। ପରେ ସେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍‌କୁ ବଦଳି ହୋଇଥିଲେ। ସେହିପରି, ଲାଛୁ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା । ଉଭୟ ମାଓବାଦୀଙ୍କ ନାମରେ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଅନେକ ମାମଲା ରହିଛି ।