ରାୟଗଡା : ଖଲିଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ ସହ ଟ୍ରକର ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ ୨ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆହତମାନଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ଜଣାପଡିଛି ।
ବୋଲେରୋଟିି ରାୟଗଡାରୁ ଗୁଣୁପୁରକୁ ଖବର କାଗଜ ନେଇ ଯାଉଥିବ ସମୟରେ ଘଟିଛି ଦୁର୍ଘଟଣା । ତେବେ ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଂଚି ଅନୁସଂଧାନ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-19-08h21m18s643.png)