ଦିଲ୍ଲୀରୁ ଗିରଫ ହେଲା ଦୁଷ୍କର୍ମ ଅଭିଯୁକ୍ତ । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ହୋଇଥିଲା ଫେରାର ।

148

କନକ ବ୍ୟୁରୋ: ନାବାଳାକିକା ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତୁ ଦିଲ୍ଲୀରୁ ଗିରଫ କରି କୋର୍ଟ ଚାଲାଣ କରିଛି ମୁନିଗୁଡା ପୋଲିସ । ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫେରାର ଥିବା ବିହାରୀ ଯୁବକ ହରିଶ ରାମଙ୍କୁ ପୁଲିସ ଗିରଫ କରିଛି । ଧରାପଡିଯିବା ପରେ ପୋଲିସ ଆଗରେ ସବୁ ସତ ମାନିଯାଇଥିଲା ଅଭିଯୁକ୍ତ । ଦିଲ୍ଲୀରୁ ଅଭିଯୁକ୍ତକୁ ରାୟଗଡା ଜିଲ୍ଲା ମୁନିଗୁଡା ଥାନାର ବାଇନିବସା ଗାଁକୁ ଆଣି ପୋଲିସ କ୍ରାଇମ-ସିନର ରିକ୍ରିଏସନ କରିଛି ।

ଗତ ୧୭ ତାରିଖରେ ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରୀ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ତଦନ୍ତରୁ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା । ସେହିଦିନଠୁ ବାଇନିବସାର ପାଣି ଟାଙ୍କିରେ କାମ କରୁଥିବା ବିହାରୀ ଯୁବକ ହରିଶ ରାମ ନିଖୋଜ ଥିଲେ । ପୋଲିସ ସନ୍ଦେହ କରି ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି ।