ଖୋଲିଲା ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ହୁଣ୍ଡି । ୬୮ଲକ୍ଷ ୭୪ହଜାର ଟଙ୍କା ସହ ମିଳିଲା ବିଭିନ୍ନ ବିଦେଶୀ ମୁଦ୍ରା, ସୁନା ଓ ରୂପା ।

70

କନକ ବ୍ୟୁରୋ: ରାୟଗଡା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ଖୋଲା ଯାଇଛି । ପୋଲିସର କଡା ସୁରକ୍ଷା ବଳୟରେ ମଧ୍ୟରେ ଚାଲିଛି ଦାନ ହୁଣ୍ଡି ଗଣତି । ମନ୍ଦିର ପରିଚାଳନା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ ଟି ଦାନ ହୁଣ୍ଡି ଗଣନାରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ, କିଛି ଛାତ୍ରଛାତ୍ରୀଙ୍କ ସମେତ ୨ ଶହରୁ ଅଧିକ ଲୋକ ନିୟୋଜିତ ହୋଇଛନ୍ତି । ଗତ ୬ ମାସ ତଳେ ଦାନ ହୁଣ୍ଡିରୁ ୫୮ ଲକ୍ଷ ୨୪ ହଜାର ଅଧିକ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସଂଗ୍ରହ କରାଯାଇଥିଲା । ତେବେ ଚଳିତ ଥର ୮୦ରୁ ୯୦ ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିବ ବୋଲି ଆଶା କରିଛି କମିଟି ।