ଜୀବନ ସହ ସଂଘର୍ଷ କରୁଛନ୍ତି ବିଷମକଟକର 'ଗଡମ୍ୟାନ୍' : କରୋନା ରୋଗୀଙ୍କୁ ଚିକିତ୍ସା କରୁଥବା ଡାକ୍ତର ଏବେ ନିଜେ ସଂକ୍ରମିତ

Advertisment
ଜୀବନ ସହ ସଂଘର୍ଷ କରୁଛନ୍ତି ବିଷମକଟକର 'ଗଡମ୍ୟାନ୍' : କରୋନା ରୋଗୀଙ୍କୁ ଚିକିତ୍ସା କରୁଥବା ଡାକ୍ତର ଏବେ ନିଜେ ସଂକ୍ରମିତ

କନକ ବ୍ୟୁରୋ : କରୋନା ପୀଡିତ ହଜାର ହଜାର ରୋଗୀଙ୍କୁ ସୁସ୍ଥ କରିଥିବା ଡାକ୍ତର ବର୍ତମାନ କରୋନା ସଂକ୍ରମିତ ହୋଇଛନ୍ତି । ବିଷମକଟକର 'ଗଡମ୍ୟାନ୍' କୁହାଯାଉଥିବା ୫୯ବର୍ଷୀୟ ଡାକ୍ତର ଯୋହନ ଚେରିଆନ ଓମେନ ଏବେ କରୋନାରେ ସଂକ୍ରମିତ ହୋଇ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି । ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ନେଇ ସେଠାରୁ ଏୟାର ଲିଫ୍ଟ ଯୋଗେ ଭେଲୋର ନିଆଯାଇ ସେଠାରେ ଚିକିତ୍ସା ଚାଲିଛି । ଡକ୍ଟର ଯୋହନ ପ୍ରତେକ ଦିନ ପାଖା ପାଖି ଶହେ ରୁ ଅଧିକ କୋଭିଡ ସଂକ୍ରମିତଙ୍କ ଚିକିତ୍ସା କରିକରି ନିଜେ ସଂକ୍ରମିତ ହୋଇଥିଲେ । ନିଜ ଠାରେ କୋଭିଡ ଲକ୍ଷଣ ଦେଖା ଦେବା ପରେ ହୋମ ଆଇସୋଲେସନରେ ରହିଥିଲେ ।

କିନ୍ତୁ ୧୪ତାରିଖ ସନ୍ଧ୍ୟା ବେଳେ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବିଶାଖାପାଟଣା ଓ ସେଠାରୁ ତାଙ୍କୁ ଏୟାର ଲିଫ୍ଟିିଙ୍ଗରେ ଭେଲୋର ମେଡିକାଲକୁ ନିଆଯାଇଛି ଓ ନିଜେ ପିପିଇ କିଟ ପରିଧାନ କରି କୋଭିଡ ଜନିତ ମୃତକଙ୍କ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଛିଡା ହେବା ହେଉ ଅଥବା ନିଜର ମିଠାକଥାରେ ରୋଗୀଙ୍କୁ ଦୀର୍ଘ ଦଶନ୍ଧି ଧରି ଚିକିତ୍ସା କରି ସେ ବିଷମକଟକ ଅଂଚଳରେ ମାନବ ରୂପୀ ଦେବତା ପାଲଟି ଯାଇଛନ୍ତି । ତେଣୁ ବିଷମକଟକର ବିଭିନ୍ନ ମହଲରେ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe