କରୋନା ସ୍ଥିତି ଯୋଗୁଁ ବିକ୍ରି ହୋଇପାରୁନି ରାୟଗଡ଼ା ଆମ୍ବ । ଚିନ୍ତାରେ ଆମ୍ବ ଚାଷୀ, ସହାୟତାର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ

Advertisment
କରୋନା ସ୍ଥିତି ଯୋଗୁଁ ବିକ୍ରି ହୋଇପାରୁନି ରାୟଗଡ଼ା ଆମ୍ବ । ଚିନ୍ତାରେ ଆମ୍ବ ଚାଷୀ, ସହାୟତାର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ

କନକ ବ୍ୟୁରୋ: ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ ବହୁ ପରିମାଣର ଆମ୍ବ ଉପାôଦନ ହୋଇଛି । ହେଲେ ମହାମାରୀ କରୋନା, ଚାଷୀଙ୍କ ପାଇଁ ପାଲଟିଛି ବଡ଼ ବାଧକ । କରୋନା ଯୋଗୁଁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇ ନଥିବାରୁ ଜାତୀୟ ବଜାରରେ ପହଁଚି ପାରୁନାହିଁ ଆମ୍ବ । ଫଳରେ ଚାଷୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି । ଏହାର ସୁଯୋଗ ନେଇ ସକ୍ରିୟ ହୋଇ ଉଠିଛନ୍ତି ଦଲାଲ । ଏଭଳି ସ୍ଥିତିରେ ଚାଷୀଙ୍କୁ ସହାୟତାର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ଆମ ଗାଁ ଆମ୍ବ ପସରା । ଏଠାରେ ନିଜ ଉପାôଦିତ ଆମ୍ବକୁ ବିକ୍ରିକରି ବେଶ ଦୁଇ ପଇସା ଲାଭ ପାଉଛନ୍ତି ମହିଳା ଚାଷୀ ।

ରାୟଗଡା ଜିଲ୍ଲାରେ ଭଲ ଆମ୍ବ ଉତ୍ପାଦନ ହୁଏ । ପ୍ରତିବର୍ଷ ଜାତୀୟ ବଜାରକୁ ଆମ୍ବ ପଠାଇ ଲାଭବାନ ହୁଅନ୍ତି ଚାଷୀ । ତେବେ ମହାମାରି କରୋନା ଯୋଗୁଁ ଏବେ ଟ୍ରେନ ଚଳାଚଳ ବନ୍ଦ । ଫଳରେ ବାହାରକୁ ଯାଇପାରୁନି ଏଠାରେ ଉତ୍ପାଦିତ ହେଉଥିବା ଆମ୍ବ । ଫଳରେ ଦୋହଲି ଯାଇଥିଲା ଚାଷୀଙ୍କ ଆର୍ଥିକ ସ୍ଥିତି । ବାଧ୍ୟ ହୋଇ ଦଲାଲକୁ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରି କ୍ଷତି ସହୁଥିଲେ ଚାଷୀ । ଦଲାଲ ଶୋଷଣ କରୁଥିବା ଖବର ପାଇ ଆଗକୁ ଆସିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ଆମ ଗାଁ ଆମ୍ବ ପସରା ଖୋଲାଯାଇ ଆମ୍ବ ବିକ୍ରି ପାଇଁ ପଦକ୍ଷେପ ନିଆଯାଇଛି । ମିସନ ଶକ୍ତି ଜରିଆରେ ପ୍ରଡ୍ୟୁସର ଗ୍ରୁପ୍ ତିଆରି କରି ଜିଲ୍ଲାର ମହିଳା ଚାଷୀଙ୍କୁ ଏକାଠି କରି ଗୋଟିଏ ଛାତ ତଳେ ଆମ୍ବ ବିକ୍ରି କରିବା ଆୟୋଜନ କରିଛି ପ୍ରଶାସନ ।

ଦଲାଲଙ୍କ ଶୋଷଣର ଶିକାର ହୋଇ ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେଉଥିବା ମହିଳା ଚାଷୀମାନେ ଗାଁ ଆମ୍ବ ପସରାରେ ନିଜ ଉପାôଦିତ ଆମ୍ବକୁ ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଇଛନ୍ତି । ଜିଲ୍ଲା ପ୍ରଶାସନର ଏପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମହିଳା ଚାଷୀ ।

କୃଷି ଉଦ୍ୟାନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲାରେ ୮,୯୨୦ ହେକ୍ଟର ଜମିରେ ବର୍ଷକୁ ପ୍ରାୟ ୮୯୪୭୫ ମେଟ୍ରିକ ଟନ୍ ଆମ୍ବ ଉପାôଦନ ହେଉଛି । ଏହି ଉପାôଦିତ ଆମ୍ବକୁ ସିଧାସଳଖ ଚାଷୀଙ୍କ ଠାରୁ କିଣି ଓରମାସ ସାହାଯ୍ୟରେ ଜିଲ୍ଲା ଓ ରାଜ୍ୟ ବାହାରେ ବିକ୍ରି କରିଥାଏ । କଟକ, ଭୁବନେଶ୍ୱର ସମେତ ପଡୋଶୀ ଛତିଶଗଡ, ଦିଲ୍ଲୀ ଓ ରାୟପୁରରେ ରାୟଗଡା ଆମ୍ବର ଭଲ ଚାହିଦା ରହିଛି । ବିଶେଷକରି କାଶିପୁର, ମୁନିଗୁଡା, ବିଷମକଟକ ଓ କଲ୍ୟାଣସିଂହପୁର ଅଚଂଳର ଉତ୍ପାଦିତ ଆମ୍ବ - ହିମସାଗର, ଆଖୁରସ, ଲେଙ୍ଗଡା, ବାଇଗଣ ପଲାଇ, ସୁନ୍ଦରି ଓ ଆମରପଲ୍ଲି ଆମ୍ବକୁ ଲୋକେ ପସନ୍ଦ କରିଥାନ୍ତି । କରୋନା ପୂର୍ବରୁ ଚାଷୀଙ୍କ ଠାରୁ ଆମ୍ବ କିଣି ଓରମାସ୍, ୨୦୧୮-୧୯ ବର୍ଷରେ ୨,୭୭୦ କୁଇଟାଂଲ ଆମ୍ବ ବାହାର ବଜାରକୁ ପଠାଇ ୪୪.୭୮ ଲକ୍ଷ ଟଙ୍କା ପାଇଥିବା ବେଳେ ୨୦୧୯-୨୦ରେ ୨,୬୩୪ କୁଇଟାଂଲ ଆମ୍ବ ବିକି ୫୪.୪୪ଲକ୍ଷ ଟଙ୍କା ଓ ୨୦୨୦-୨୧ ରେ ୬୮୪ କୁଇଟାଂଲ ଆମ୍ବ ପଠାଇ ୨୩.୩୪ ଲକ୍ଷ ଟଙ୍କା ସିଧାସଳଖ ଚାଷୀଙ୍କୁ ପ୍ରଦାନ କରିଥିଲା ।

ଜିଲ୍ଲାରେ ଥିବା ଆମ୍ବ ଚାଷୀଙ୍କୁ ପ୍ରୋସାôହିତ କରିବା ସହ ସେମାନଙ୍କ ଉପାôଦିତ ଆମ୍ବର ବିକ୍ରି ପାଇଁ ବଜାର ଯୋଗାଇବା ଏବଂ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବା ପାଇଁ ବ୍ୟବସ୍ଥା କରିବା ଆମ୍ବ ମହୋତ୍ସବର ମୂଳ ଉଦେଶ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଆମ୍ବସଡ଼ା ଓ ଆମ୍ବୁଲ ଆଦି ପ୍ରସ୍ତୁତ କରି ଭଲ ବଜାର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପ୍ରୟାସ କରୁଛି ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe