କନକ ବ୍ୟୁରୋ : ପୁରୁଣ ପରମ୍ପରା ଆଉ ଲୋକଙ୍କ ବିଶ୍ୱାସ । ବର୍ଷ ବର୍ଷର ପୁରୁଣା ଲୋକକଥା ନେଇ ଚଳଚଂଚଳ ରହିଛି ଏହି ପୀଠ । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ମଝିଘରିଆଣି । ଏହି ମନ୍ଦିର ପରିସରରେ ରହିଛି ସତୀ କୁଣ୍ଡ । ପୁରୁଣା କଥା ଅନୁସାରେ ଏହି ସତୀ କୁଣ୍ଡର ମହିମା ଅନେକ । ବିଶେଷ କରି ସତୀ କୁଣ୍ଡରେ ପୂଜାର୍ଚ୍ଚନା କରିଲେ ସମସ୍ତ ମନୋସ୍କାମନା ପୁରଣ ହୋଇଥାଏ । କୁମାରୀ କନ୍ୟାଙ୍କଠାରୁ ନେଇ ମହିଳା ମାନେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି । ଏପରିକି ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହି କୁଣ୍ଡ ନିକଟରେ ପୂଜାର୍ଚନା କରାଯାଉଛି । ବିଶେଷ କରି ବର୍ଷକୁ ଥରେ ମକର ସଂକ୍ରାନ୍ତି ଦିନ ଏହି ସତୀ କୁଣ୍ଡ ନିକଟରେ ବିଭିନ୍ନ ପ୍ରକାର ଫଳମୂଳ ସହିତ ଚୁଡି,ମାଳି, ସହିତ ମହିଳା ମାନେ ପିନ୍ଧୁଥିବା ସମସ୍ତ ଜିନିଷ ଦେଇ ଏହି ସତୀ କୁଣ୍ଡ ନିକଟରେ ପୂଜାର୍ଚ୍ଚନା କରାଯିବାର ରହିଛି ପରମ୍ପରା ।

Advertisment

ସତୀକୁଣ୍ଡ ନେଇ ରାଜାରାଜୁଡା ଅମଳରୁ ରହିଛି ପୁରୁଣା କିମ୍ବଦନ୍ତୀ । ରାଜା ଶାସନ ସମୟରେ ପାଇକମାନେ ଇଷ୍ଟଦେବୀଙ୍କୁ ପୂଜାର୍ଚନା ଦାୟିତ୍ୱ ନେଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ଚାଲିଆସିଛି    । ରାଜା ବିଶ୍ୱନାଥଙ୍କର ୧୦୮ ଜଣ ସ୍ତ୍ରୀ ଏହି ସ୍ଥାନରେ ଝାସ ଦେଇ ସତୀ ହୋଇଥିଲେ । ଏହି ବିଶ୍ୱାସ ଆଧାରରେ ସେହି ସ୍ଥାନଟି ସତୀ କୁଣ୍ଡ ନାଁରେ ନାମିତ କରାଯାଇଥିଲା ।

ବର୍ଷ ବର୍ଷ ଧରି ରହିଥିବା ପୁରୁଣା ପରମ୍ପରାକୁ ମାନୁଛନ୍ତି ଲୋକେ । ଏହି ଆଧାରରେ ସତୀକୁଣ୍ଡରେ ପୂଜାର୍ଚ୍ଚନା କରିବାକୁ ଲାଗୁଛି ଭିଡ ।