ରାୟଗଡ଼ାରୁ ଆସିଲା ଅଭାବନୀୟ ଚିତ୍ର : ପ୍ରେମିକା ସହ ଶାରିରୀକ ସମ୍ପର୍କ ରଖି ଠକି ଦେଲା ପ୍ରେମିକ; ଶିଶୁ କନ୍ୟା ଜନ୍ମ ହେବା ପରେ ଗ୍ରହଣ କରିବାକୁ ନାରାଜ

ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ; ଶିଶୁଟିର ବାପାର ପରିଚୟ ପାଇଁ ଡିଏନଏ ଟେଷ୍ଟ କରିବାକୁ ଦାବି

581

କନକ ବ୍ୟୁରୋ : ୮ ଦିନର ଶିଶୁ କନ୍ୟାକୁ ଧରି ପ୍ରେମିକର ଫେରିବା ବାଟକୁ ଚାହିଁ ରହିଛି ପ୍ରେମିକା । ସେପଟେ ପ୍ରେମିକାର ଆଉଜଣଙ୍କ ସହ ସଂପର୍କ ରହିଥିବା ଅଭିଯୋଗ କରି ତାକୁ ଗ୍ରହଣ କରିବାକୁ ରାଜି ନୁହେଁ ପ୍ରେମିକ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ସଖୀ ୱାନଷ୍ଟପ କେନ୍ଦ୍ରର କର୍ମକର୍ତାମାନେ ଫେରାର ପ୍ରେମିକ ମହେଶକୁ ଡାକି କାଉନସେଲିଂ କରିଥିଲେ । ହେଲେ ସେ ଯୁବତୀ କିମ୍ବା ନବଜାତ ଶିଶୁକୁ ଗ୍ରହଣ କରିବାକୁ ରାଜି ହୋଇନାହିଁ ।

ବରଂ ଅଭିଯୋଗ କରିଛି ଯେ, ଯୁବତୀ ଜଣକ ତାର ବନ୍ଧୁ ସହ ସଂପର୍କ ରଖିଛନ୍ତି । ସମସ୍ୟାର ସମାଧାନ ପାଇଁ ମହେଶର ବନ୍ଧୁ ସନ୍ତୋଷକୁ ମଧ୍ୟ ଡକାଇ କାଉନସେଲିଂ କରାଯାଇଛି । ହେଲେ ସେ ମଧ୍ୟ ଯୁବତୀଙ୍କୁ ଗ୍ରହଣ କରିବାକୁ ଅମଙ୍ଗ । ସମସ୍ୟାର ସମାଧାନ ହୋଇ ନପାରିବାରୁ ସଖୀ ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏହି ମାମଲା ବିଶୟରେ ଅବଗତ କରାଯାଇଛି । ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ମାମଲାଟିକୁ ବିଷମକଟକ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଅପରପକ୍ଷରେ ପିଡୀତା ଓ ନବଜାତ ଶିଶୁ କନ୍ୟାକୁ ସ୍ୱଧାର ଗୃହରେ ରଖାଯିବାର ବ୍ୟବସ୍ଥା ହୋଇଛି । ପୀଡିତା ଜଣକ ମହେଶ ସହିତ ଏକାଧିକ ଥର ଶାରୀରିକ ସଂପର୍କ ରଖିଥିବାବେଳେ ତାର ବନ୍ଧୁ ସନ୍ତୋଷ ସହ ଥରେମାତ୍ର ଶାରୀରିକ ସଂପର୍କ ରଖିଥିବା କହିଛନ୍ତି । ତେଣୁ ପିଲାଟିର ବାପାର ପରିଚୟ ଜାଣିବାକୁ ପୋଲିସ ଡିଏନଏ ଟେଷ୍ଟ ପାଇଁ ଆବେଦନ କରିପାରେ ବୋଲି ଜଣାପଡିଛି ।