କନକ ବ୍ୟୁରୋ : ରାୟଗଡାର ଝୁଲାପୋଲ ଓଡିଶାର ଦ୍ୱିତିୟ ଝୁଲାପୋଲ ଭାବେ ଜଣାଶୁଣା । ହେଲେ ଝୁଲାପୋଲର ସ୍ଥାୟୀତ୍ୱ ନେଇ ଉଠିଛି ପ୍ରଶ୍ନ । ପ୍ରତିଦିନ ଶହଶହ ପର୍ଯ୍ୟଟକ ଚଳପ୍ରଚଳ କରୁଥିବା ବେଳେ ସୁରକ୍ଷା ନେଇ ଗୁରୁତ୍ୱ ଦିଆଯାଇଥିଲା । ପୋଲର ତାରବାଡରୁ ନେଇ ସୁରକ୍ଷା ପ୍ଲେଟ ଓ ଦୁଇ ପାଶ୍ୱର୍ରେ ଥିବା ପିଲର ଟିକିନିଖି ଭାବେ ବିଶେଷଜ୍ଞ ଟିମ ଯାଚଂ କରିବେ । ଦୁଇ ବର୍ଷ ତଳେ ବିଶେଷଜ୍ଞ ଟିମ୍ ପଠାଇବାକୁ ରାଜ୍ୟ ସରକାରଙ୍କୁ ରାୟଗଡା ଜିଲ୍ଲା ପ୍ରଶାସନ ଅବଗତ କରାଇଥିଲେ । ହେଲେ ଝୁଲାପୋଲ ସିଲ୍ ହବାର ଦୀର୍ଘ ଦୁଇ ବର୍ଷ ବିତିଯାଇଥିଲେ ବି ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ । ସେପଟେ ଏହି ଝୁଲାପୋଲ ସିଲ ହୋଇଥିବାରୁ ପର୍ଯ୍ୟଟକ ମାନେ ଏହାର ମଜା ଉଠାଇନପାରି ନିରାଶ ହୋଇ ଦୁଃଖରେ ଫେରିଯାଉଛନ୍ତି । ଝୁଲାପୋଲ ନିର୍ମାଣ ହବାର ୧୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାବତ କୌଣସି ମରାମତି ହୋଇନାହିଁ । ଝୁଲାପୋଲର ପୋଲ, ଲୁହାବାଡ ଓ ଅନ୍ୟାନ୍ୟ ଉପକରଣରେ ଜଙ୍କ୍ ଲାଗିଯାଇଥିବା ବେଳେ ନାଗାବଳି ନଦୀ କୂଳ ଖାଉଥିବାରୁ ପିଲର ପାଇଁ ବିପଦ ସୃୃଷ୍ଟି କରିଛି ।
ରାୟଗଡା ଝୁଲାପୋଲ ୨୦୧୧ ମସିହା ନଭେମ୍ବର ମାସରେ କାମ ଆରମ୍ଭ ହୋଇଥିବା ବେଳେ ୨୦୧୨ ମସିହା ମାର୍ଚ ମାସରେ ସମ୍ପୁର୍ଣ୍ଣ ହୋଇଥିଲା । ୮ ଟି ପଚାଂୟତକୁ ସଂଯୋଗ କରିବା ପାଇଁ ଦେଢକୋଟି ଟଙ୍କା ବ୍ୟୟ କରାଯାଇଥିଲା । ନାଗାବଳୀ ନଦୀ ଠାରୁ ୧୦୦ ଫୁଟ ଉଚ୍ଚରେ ଓ ୧୫୧ ମିଟର ଲମ୍ବର ଏହି ଝୁଲାପୋଲ ନିର୍ମାଣ ହୋଇଥିଲା । ଦୀର୍ଘ ବର୍ଷ ପରେ ବି କୌଣସି ରକ୍ଷଣାବେକ୍ଷଣ କି ମରାମତି କରାଯାଇନାହିଁ । ଏଥିରେ ୨୭ ରୁ ଉଦ୍ଧ୍ୱର୍ ପର୍ଯ୍ୟଟକଙ୍କ ଜୀବନ ଗଲାଣି । ସେପଟେ ଖୁବଶୀଘ୍ର ଏହା ପ୍ରତି ଗୁରୁତ୍ୱ ଦିଆଯିବାକୁ ମିଳିଛି ପ୍ରତିଶ୍ରୁତି ।
ଝୁଲାପୋଲ ବନ୍ଦ ଥିବାର ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନେ ନିରାଶ ହୋଇପଡିଛନ୍ତି । ଏହାର ଖୁବଶିଘ୍ର ମରାମତି ଦାବି କରିଛନ୍ତି ।