ରାୟଗଡା ଜିଲ୍ଲା ୭ ଦିନ ପାଇଁ ସଟଡାଉନ୍ : ଆଜି ୯୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ କାଲିଠୁ ୨୯ ତାରିଖ ଯାଏ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ଅତ୍ୟାବଶ୍ୟକ ସେବା ବ୍ୟତୀତ ବନ୍ଦ ରହିବ ଦୋକାନ ବଜାର

314

କନକ ବ୍ୟୁରୋ : ରାୟଗଡା ୭ ଦିନିଆ ସଟଡାଉନ୍  । ଗତକାଲି ୪୭ଜଣ ଓ ଆଜି ୯୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆସନ୍ତାକାଲିଠୁ ୨୯ ତାରିଖ ଯାଏଁ ଜିଲ୍ଳାକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ସମୟରେ ଅତି ଜରୁରୀ କାମ ନଥିଲେ ଘରୁ କେହି ନବାହାରିବାକୁ ପରାମର୍ଶ ଦିଆଯାଇଛି । ରାୟଗଡାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ୩୮ରେ ପହଚିଂଛି । ଆଜି ଚିହ୍ନଟ ହୋଇଥିବା ୯୬ଜଣଙ୍କ ମଧ୍ୟରୁ ୯୨ଜଣ ହୋମ କ୍ୱାରେଂଟିନରେ ଥିବା ବେଳେ ୪ଜଣ ଟିଏମସିରୁ ଚିହ୍ନଟ ହୋଇଛନ୍ତି ।

ଗୁଣୁପୁର ବ୍ଲକ ରେଙ୍ଗାଲପାଡୁ ରୁ ୩୪ଜଣ ଓ ରାୟଗଡା ଉପଖଣ୍ଡ ଆମ୍ବଗୁଡା କଂଟେନମେଂଟ ଜୋନରୁ ୩୪ଜଣ ଚିହ୍ନଟ ହୋଇଥିବା ବେଳେ ଗୁଣୁପୁର ପୌରାଂଚଳରୁ ୮ଜଣ, ଗୁଡିରି ବ୍ଲକରୁ ୧୦ଜଣ, ରାୟଗଡା ବ୍ଲକରୁ ୬ଜଣ, ରମନାଗୁଡା ବ୍ଲକରୁ ୨ଜଣ ଓ ମୁନିଗୁଡା ବ୍ଲକରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଲାଗୁ କରିଥିବା ସଟଡାଉନ ସମୟ ଭିତରେ କଂଟାକ୍ଟ ଟ୍ରେସିଂ କରାଯିବ ।