୭୨ ଘଂଟିଆ ସଟଡାଉନ ରାୟଗଡ । ସଂକ୍ରମଣକୁ ରୋକିବାକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ

110

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ୭୨ ଘଂଟା ଯାଏ ସଟଡାଉନ । ଆସନ୍ତାକାଲିଠୁ ମଙ୍ଗଳବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛି ଜିଲ୍ଳା ପ୍ରଶାସନ । ଜିଲ୍ଲା ଚିକିତ୍ସାଳୟ ବି ୪୮ ଘଂଟା ଯାଏ ବନ୍ଦ ରହିବ । କେବେଳ ଜରୁରୀକାଳୀନ ସେବା ଓ କାଜୁଆଲଟି ଖୋଲା ରହିବ । କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ରାୟଗଡାରେ କିଛଇ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାୟଗଡାରୁ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୭ରେ ପହଚିଂଛନ୍ତି । ୪୫୦ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୪୪୦ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଳାରେ ଏଯାଏ କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।