କରୋନା ସଂକ୍ରମିତ ଡଙ୍ଗରିଆଙ୍କୁ ଟିକାକରଣ : ନିୟମଗିରିରେ ରହୁଥିବା ଆଦିମ ଜନଜାତି କରୋନାରେ ସଂକ୍ରମିତ

124

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ରାୟଗଡା ଜିଲ୍ଲାର ନିୟମଗିରିରେ ରହିଆସୁଥିବା ଆଦିମ ଜନଜାତି ସଂକ୍ରମିତ ହୋଇଛନ୍ତି । ତେଣୁ ସ୍ୱସ୍ଥ୍ୟ ବିଭାଗୀୟ ଅଧିକାରୀ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରତ୍ୟେକ ଗାଁକୁ ଯାଇ ଟିକାକରଣ କରୁଛନ୍ତି । ଏପରିକି ହିଙ୍ଗାମା ଭଳି କିଛି ଗାଁକୁ ରାସ୍ତାଟିଏ ନାହିଁ ।

ସେପରି ଗାଁକୁ ପାଦରେ ଚାଲିଚାଲି ଯାଇ, ପାହାଡ଼ ଚଢି ଡଙ୍ଗାରିଆମାନଙ୍କୁ ବୁଝାଇବା ସହ ସେମାନଙ୍କୁ ଟିକା ଦିଆଯାଉଛି । ଯଦିଓ ଟିକା ନେବାପାଇଁ ଡଙ୍ଗରିଆ ଭୟ କରୁଛନ୍ତି, ତଥାପି ଟିକା ନେଇନଥିବା ଲୋକଙ୍କ ଘରେ ପହଂଚି ଟିକାକରଣ କରୁଛି ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ । ତେବେ ଅତିଶୀଘ୍ର ସମସ୍ତ ଡଙ୍ଗରିଆଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ଡଙ୍ଗରିଆ କନ୍ଧ ଉନ୍ନୟନ କର୍ତୃପକ୍ଷର ପ୍ରକଳ୍ପ ପରିଚାଳକ ।