କନକ ବ୍ୟୁରୋ : ରାୟଗଡା ବ୍ଲକ ଜେମାଦେଇପେଣ୍ଠ ପଂଚାୟତ ଅନ୍ତର୍ଗତ ଜାଙ୍ଗିଡି ଗାଁରୁ ଦୁଇ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ତତ୍ପରତା । ଜିଲ୍ଲାର ଗ୍ରାମାଂଚଳରେ ଆରମ୍ଭ ହୋଇଛି ଆରଟିପିସିଆର ଟେଷ୍ଟ । ରାୟଗଡା ବ୍ଲକ ଜେମାଦେଇପେଣ୍ଠ ପଂଚାୟତର ଜାଙ୍ଗିଡି ଗାଁରୁ ୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ଦୁଇ ଜଣ ୮ରୁ ୧୦ ବର୍ଷ ଭିତରେ ରହିଥିଲେ ।
ଗୋଟିଏ ଗାଁରୁ ଏତେ ସଂଖ୍ୟାରେ ପଜିିଟିଭ୍ ଚିହ୍ନଟ ହେବା ପରେ ଗାଁକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏବଂ ଗାଁରେ ପୋଲିସ ମୂତୟନ କରାଯାଇଛି । କାରଣ ଅନ୍ୟ ଗ୍ରାମର ଶିଶୁ ମାନଙ୍କୁ ଯେପରି କରୋନା ସଂକ୍ରମଣ ନହୁଏ ତାକୁ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ତେବେ କରୋନା ଆକ୍ରାନ୍ତ ହୋଇଥିବା ଶିଶୁଙ୍କୁ କୌଣସି ଔଷଧ ନଦେଇ ଚାଲିଯାଇଥିବାରୁ ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।