ରାୟଗଡ଼ ବ୍ଲକ ଜେଇଙ୍କ ଘରେ ଭିଜିଲାନ୍ସ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢାଉ 

ବାସଭବନ ଓ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ରେଡ଼

464

କନକ ବ୍ୟୁରୋ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି । ଭିଜିଲାନ୍ସ ବିଭାଗର ୬ଟି ଟିମ୍ ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ବିହାରରେ ଥିବା କେ.ନାଗେଶ୍ବର ସେନାପତିଙ୍କ ବାସଭବନ, ବ୍ରହ୍ମପୁରସ୍ଥିତ ତାଙ୍କ ଶାଳକଙ୍କ ଘର, ଆସିକାସ୍ଥିତ ପୈତୃକ ବାସଭବନ, ରାୟଗଡ଼ ଅଫିସ ଓ ଛଅ ମାଇଲଠାରେ ପାର୍ଟନରସିପରେ ଚାଲିଥିବା ଇଟା ଫ୍ୟାକ୍ଟ୍ରି ଉପରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍।