କନକ ବ୍ୟୁରୋ: ଲାଉ.. ଏହାକୁ କିଏ ରୋଷେଇ କରି ଖାଇଥାଏ ତ ପୁଣି କିଏ ଜୁସ୍ କରି ପିଇଥାଏ । ôକିନ୍ତୁ ଏଥିରୁ ଯେ, ଏତେ ସୁନ୍ଦର ସୁନ୍ଦର ଘରସଜ୍ଜା ଜିନିଷ ତିଆରି ହୋଇପାରେ ତାହା ଜଣେ ଦେଖିଲେ ହିଁ ବିଶ୍ୱାସ କରିପାରିବ । ଗିଟାର, ପେନ ଷ୍ଟାଣ୍ଡ, କ୍ୟାଣ୍ଡେଲ ଷ୍ଟାଣ୍ଡ, ଫୁଲ ଦାନୀ, ଦେବାଦେବୀଙ୍କ ପ୍ରତିମୂର୍ତି, ବିଭିନ୍ନ ପ୍ରକାରର ପଶୁପକ୍ଷୀ ଭଳି ଗିଫ୍ଟ ଆଇଟମ୍ ତିଆରି କରୁଛନ୍ତି କଳାକାର । ରାୟଗଡାରେ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ୫୦ ଜଣ ମହିଳାଙ୍କୁ ଏହି ତାଲିମ ଦିଆଯାଉଛି । ଆଉ ଏଥିରେ ଉପକୃତ ହେଉଛନ୍ତି ରାୟଗଡ଼ା ଅଞ୍ଚଳର ଆଦିବାସୀ ଯୁବକ ଯୁବତୀ ।

Advertisment

ଗ୍ରାମାଞ୍ଚଳରୁ ଶୁଖିଲା ଲାଉ ସଂଗ୍ରହ କରିବା ପରେ ଏହାକୁ ପାଣିରେ ବତୁରା ହୋଇଥାଏ । ଭଲ ଭାବେ ସଫା କରି ଖରାରେ ଶୁଖାଇବା ପରେ ଏଥିରେ ସୁନ୍ଦର ସୁନ୍ଦର ହସ୍ତତନ୍ତ ଜିନିଷ ତିଆରି କରନ୍ତି କାରିଗର । ଅନଲାଇନ ମାର୍କେଟିଂ ଜରିଆରେ ଦିନକୁ ଦିନ ଲାଉରେ ତିଆରି ବିଭିନ୍ନ କଳାକୃତିର ଚାହିଦା ବଢୁଥିବା ବେଳେ ଦେଶ ବିଦେଶରେ ମଧ୍ୟ ଏହା ଆଦୃତି ଲାଭ କରୁଛି । ସବୁଠାରୁ ବଡ଼ କଥା ହେଉଛି ଶିକ୍ଷିତ ଯୁବକଯୁବତୀମାନେ ପ୍ରଶିକ୍ଷଣ ପାଇଁ ମନବଳାଉଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ବାହାରେ ଆୟୋଜିତ ବିଭିନ୍ନ ପ୍ରଦର୍ଶନୀରେ ଏହି କଳାକୃତୀ ପ୍ରଦର୍ଶନ କରାଯାଉଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ରାୟଗଡ଼ାରେ ପ୍ରଥମ ଥର ପାଇଁ ଏଭଳି ତାଲିମ ଦିଆଯାଉଛି । ଯେଉଁମାନେ ତାଲିମ ନେଉଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ଦୈନିକ ୩୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଉଛି । ଯାହାକୁ ପାଇ ପ୍ରଶିକ୍ଷଣ ନେଉଥିବା ଯୁବତୀମାନେ ବେଶ୍ ଖୁସିପ୍ରକାଶ କରିଛନ୍ତି ।