କନକ ବ୍ୟୁରୋ : ରାୟଗଡାରେ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୦୮ ଆମ୍ବୁଲାନ୍ସ । ବଡକଥା ହେଉଛି ଆମ୍ବୁଲାନ୍ସରେ ରୋଗୀ ଓ ସଂପର୍କୀୟ ଥିଲେ । ଆମ୍ବୁଲାନ୍ସଟି ରାସ୍ତାରେ ଗୋଟିଏ ପଟକୁ ଦବି ଯାଇଥିଲା । ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ନିକଟ କଲ୍ୟାଣି ନଦୀର ଅସ୍ଥାୟୀ ପୋଲରେ ଘଟଛି ଏହି ଅଭାବନୀୟ ଘଟଣା । ଗତକାଲି ରାତି ୧୧ଟା ସମୟରେ ପଲମା ଗାଁରେ ଜଣେ ଗୋରୀ ଗୁରୁତର ହୋଇପଡିବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକ ।
ତେବେ ଆମ୍ବୁଲାନ୍ସ ଯାଇ ରୋଗୀକୁ ଆଣିବା ସମୟରେ କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲରେ ଜଣେ ବାଇକ ଚାଳକକୁ ସାଇଡ ଦେବାକୁ ଯାଇ ଗୋଟିଏ ପାର୍ଶ୍ୱ ଦବିଯାଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ଓ ତାଙ୍କ ସଂପର୍କୀୟ ଭୟଭୀତ ହୋଇପଡିଥିଲେ । ହେଲେ ଡ୍ରାଇଭରଙ୍କ ଉଚିତ ପଦକ୍ଷେପ ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଆମ୍ବୁଲାନ୍ସ । ଏହାପରେ ରୋଗୀଙ୍କୁ ହସ୍ପିଟାଲରେ ନେଇ ଭର୍ତ୍ତି କରାଯାଇଛି ।
ସେପଟେ କଲ୍ୟାଣୀ ନଦୀରେ ଅସ୍ଥାୟୀ ପୋଲ ନିର୍ମାଣରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ହୋଇଛି । ମାଟି ବଦଳରେ ବାଲି ପକାଇ ପୋଲ ନିର୍ମାଣ କରାଯାଇଥିବାରୁ ବାଲି ଶୁଖିବା ପରେ ଏହା ଦବି ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।