ଏମିତିବି ଆସେ ମୃତ୍ୟୁ…ବାଥରୁମରେ ଗାଧୋଉଥିବା ବେଳେ ମାଡିଗଲା ଟ୍ରାକ୍ଟର; ଯୁବତୀଙ୍କ ମୃତ୍ୟୁ

609

କନକ ବ୍ୟୁରୋ : ଏମିତିବି ଆସେ ମୃତ୍ୟୁ । ଇଏ ଏକ ଏମିତି ଦୁର୍ଘଟଣାର କାହାଣୀ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାଥରୁମରେ ଜଣେ ଯୁବତୀ ଗାଧୋଉଥିବା ବେଳେ ମାଡିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବତୀ । ରାୟଗଡା ସହରର ସ୍ଥାନୀୟ ନଦୀ କନ୍ଧ ସାହିରେ ବାଲି ଅନଲୋଡ ପାଇଁ ଯାଉଥିବା ବେଳେ ଜାଗାଟି ଉଠାଣି ହୋଇଥିବାରୁ ଟ୍ରାକ୍ଟରଟି ତଳକୁ ଗଡିବାକୁ ଲାଗିଲା । ଫଳରେ ଗାଡିଟି ୩ରୁ ୪ଟି ଘର ଉପରେ ମାଡିବା ପରେ ଏକ ଗାଧୁଆ ଘର ଉପରେ ଚଢିଯାଇଥିଲା । ଗାଧୁଆ ଘରେ ଜଣେ ଯୁବତୀ ଗାଧଉଥିଲେ । ଏହି ଦୁର୍ଘଟଣାରେ ୧୮ବର୍ଷର ଛାତ୍ରୀ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।