କନକ ବ୍ୟୁରୋ : ଆଗଉଛି ସମୟ, ବଦଳୁଛି ସମାଜ । ପରିବର୍ତନଶୀଳ ଦୁନିଆରେ ଡିଜିଟାଲ ଯୁଗ କଥା କହୁଛେ, ଏହି ଗ୍ରାମବାସୀଙ୍କ ପାଇଁ ଆଧୁନିକତାର କିଛି ମାନେ ନାହିଁ କି ଡିଜିଟାଲ ଯୁଗର କିଛି ପରିଭାଷା ନାହିଁ । କାରଣ ଆଜି ବି ଏମାନେ ଅନ୍ଧାରରେ ରହୁଛନ୍ତି । ବିଜୁଳି ଆଲୁଅ ଠାରୁ ବହୁ ଦୂରରେ ଥିବା ଏମାନେ ହେଉଛନ୍ତି ରାୟଗଡା ସଦର ବ୍ଳକ ତଳକଣି ଗ୍ରାମବାସୀ । ନିଆଁ ଜାଳି ରାତି କଟାନ୍ତି ୩୦ ପରିବାର । ଡିବି ଜାଳିବା ପାଇଁ କିରୋସିନ୍ ନାହିଁ । ତେଣୁ ଅପରାହ୍ଣ ୪ଟାରୁ ରୋଷେଇ କରି ସଂଧ୍ୟା ୬ଟା ସୁଦ୍ଧା ଖିଆପିଆ ସାରି ଦିଅନ୍ତି ସମସ୍ତେ ।

Advertisment

କେବଳ ଏହି ଗୋଟିଏ ଗାଁ ନୁହେଁ, ରାୟଗଡ଼ା ଜିଲ୍ଲାର ୭୪ଟି ରାଜସ୍ୱ ଗାଁ ଅନ୍ଧାରରେ ରହିଛି । କେବଳ ଗୁଡ଼ାରି ବ୍ଲକର ସମସ୍ତ ଗାଁକୁ ବିଜୁଳି ଆଲୁ୍ଅ ପହଂଚିଥିବା ବେଳେ ଅନ୍ୟ ବ୍ଲକର କିଛି କିଛି ଗାଁ ଏଥିରୁ ବଂଚିତ ହୋଇ ରହିଛି । କିଛି ଗାଁରେ ବିଦ୍ୟୁତ୍ ଖୁଂଟ ପୋତା ଯାଇଛି କିନ୍ତୁ ବିଜୁଳି ସଂଯୋଗ ହୋଇପାରିନାହିଁ । ଆଉ କିଛି ସ୍ଥାନରେ ସମସ୍ତ ସୁବିଧା ଥାଇ ମଧ୍ୟ ଲୋକେ ମାସ ମାସ ଧରି ଅନ୍ଧାରରେ ରହୁଛନ୍ତି । କଲ୍ୟାଣସିଂହପୁର ବ୍ଳକର ୧୯ଟି, ଚନ୍ଦ୍ରପୁର ବ୍ଳକର ୧୬ଟି, ମୁନିଗୁଡାର ୧୨ଟି, କାଶୀପୁରର ୮ଟି, କୋଲନରାର ୮ଟି, ବିଷମକଟକର ୭ଟି, ରାୟଗଡା ବ୍ଳକର ୪ଟି, ଗୁଣୁପୁର, ରାମନାଗୁଡା ଓ ପଦ୍ମପୁର ବ୍ଳକର ପ୍ରାୟ ୨୦ରୁ ଅଧିକ ଗାଁରେ ଏଯାଏଁ ବିଦ୍ୟୁତ ସେବା ପହଚିଂପାରିନାହିଁ । ଏନେଇ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ବିଭାଗିୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ରାତିର ଅନ୍ଧାରରେ ଜୀବନ କାଟୁଥିବା ଗ୍ରାମବାସୀ ଗ୍ରୀଷ୍ମ କାଳରେ ଗରମରେ ଛଟପଟ ହେଉଛନ୍ତି । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଆଗେଇ ଆସିବା ନିହାତି ଜରୁରୀ