କନକ ବ୍ୟୁରୋ : ରାୟଗଡା ଜିଲ୍ଲା ମୁନିଗୁଡାରୁ ୧ କୁଇଣ୍ଟାଲ ୮ଶହ ଗ୍ରାମ ଓଜନର ଗଞ୍ଜେଇ ଜବତ । ଏଥିସହ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ମୁନିଗୁଡା ପୋଲିସ । କେନ୍ଦୁଗୁଡାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଯାଉଥିଲା ବୋଲି ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ରାୟଗଡାରୁ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ : କେନ୍ଦୁଗୁଡାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ
/kanak/media/post_attachments/wp-content/uploads/2021/02/vlcsnap-2021-02-08-09h16m23s069.png)