ଗଜପତି : ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା । ୪ଟି ବିଷଧର ସାପ ସହ ଘମାଘୋଟ ଲଢେଇ ପରେ ଜୀବନ ହାରିଲା ରକି । ଏହା ହେଉଛି ପ୍ରଭୁ ଭକ୍ତ କୁକୁର ରକିର କାହାଣୀ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ସେବକପୁର ଗାଁର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମାଲିକ ଦିବାକର ରାଉତ ତାଙ୍କ ଘର ପାଖ ଜମିରେ ଗାଈ ଚରାଉଥିବା ବେଳେ ପାଖରେ ଥିଲା ରକି, ହଠାତ ୪ଟି ବିଷଧର ସାପ ଗାଈ ପଲ ମାଲିକ ଦିବାକରଙ୍କୁ ଆକ୍ରମଣ କଲାବେଳେ ପ୍ରତିବନ୍ଧକ ସାଜିଥିଲା ରକି । ତା ପରେ ଆରମ୍ଭ ହେଲା ସାପ ସହ ରକିର ଲଢେଇ, ୪ଟି ସାପକୁ କାମୁଡି କାମୁଡି ମାରିଦେଇଥିଲା ଏହି କୁକୁର । ଶେଷରେ ନାଗ ସାପର ଚୋଟରେ ସେହିଠି ଟଳି ପଡିଥିଲା ରକି । ଏହି ଘଟଣା ଏବେ କୁକୁରର ପ୍ରଭୁ ଭକ୍ତିର କାହାଣୀ ବଖାଣୁଛି । ଅଧିକ ତଥ୍ୟ ଦେଖିବା ଏହି ଭିଡିଓରେ :
ମଣିଷଠାରୁ ବି ବିଶ୍ୱାସୀ କୁକୁର : ରାୟଗଡ ବ୍ଲକ ସେବକପୁର ଗାଁର ଘଟଣା କୁ ନେଇ ଏବେ ଚର୍ଚ୍ଚା
/kanak/media/post_attachments/wp-content/uploads/2016/07/Screen-shot-2016-07-13-at-12.36.28-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)