କନକ ବ୍ୟୁରୋ: ରାଜସ୍ଥାନର ବାଡମେର ଶିବ ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର । ଏଠାରେ ଚତୁଷ୍କୋଣୀୟ ଲଢେଇ ଚାଲିଛି । ଏଭଳି ସ୍ଥିତିରେ ସମସ୍ତଙ୍କୁ ଚମକାଇଦେଇଛନ୍ତି ଛାତ୍ରନେତା ରବୀନ୍ଦ୍ର ସିଂ ଭଟ୍ଟି । ଏଠାରେ ସ୍ୱରୂପ ସିଂ ଖାରାଙ୍କୁ ନେଇ ବିଜେପି ପଶା ଖେଳିଥିବାବେଳେ କଂଗ୍ରେସ ପାଇଁ ନିର୍ବଚନ ମୈଦାନରେ ଅଛନ୍ତି ଅମୀନ ଖାନ୍ । ସ୍ୱାଧୀନରେ ଆଉ ଜଣେ ପ୍ରଭାବଶାଳୀ ନେତା ଫତେହ ଖାନ୍ ଥିବାବେଳେ ଛାତ୍ର ନେତା ରବୀନ୍ଦୟ ସିଂ ଭଟ୍ଟି କିନ୍ତୁ ସମସ୍ତଙ୍କୁ ଚକିତ କରିଛନ୍ତି ।

Advertisment

ରବୀନ୍ଦ୍ର ପୂର୍ବରୁ ବିଜେପି ପାଇଁ କାର୍ଯ୍ୟ କରୁଥିଲେ । କିନ୍ତୁ ନିର୍ବାଚନ ପାଇଁ ତାଙ୍କୁ ବିଜେପିରୁ ଟିକେଟ ନମିଳିବାରୁ ସେ ଦଳରୁ ବାହାରି ନିର୍ଦ୍ଦଳୀୟ ଭାବେ ପ୍ରାର୍ଥୀ ହୋଇଥିଲେ । ଆଜିର ଗଣତିରେ ସେ ସମସ୍ତଙ୍କୁ ପଛରେ ପକାଇ ସାଢେ ୧୦ଟା ସୁଦ୍ଧା ୧୬ ହଜାର ୮୬୩ ଭୋଟରେ ଆଗୁଆ ଥିଲେ । ଚତୁର୍ଥ ପର୍ଯ୍ୟାୟ ଗଣତିରେ ଭଟ୍ଟି ୧୧ ହଜାର ୯୯୯ ଭୋଟରେ ଆଗୁଆ ଅଛନ୍ତି । ତାଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପଛରେ ପଡିଛନ୍ତି ।

ସୂଚନା ମୁତାବକ, ରବୀନ୍ଦ୍ର ଭଟ୍ଟି ଛାତ୍ରଙ୍କ ହିତ ପାଇଁ ଲଗାତାର ଆନ୍ଦୋଳନ କରିଆସୁଛନ୍ତି । ଫଳରେ ରାଜ୍ୟରେ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ତାଙ୍କର ଖାସ୍ ଲୋକପ୍ରିୟତା ରହିଛି । ନିର୍ବାଚନ ପାଇଁ ହୋଇଥିବା ରାଲିରେ ତାଙ୍କ ସମର୍ଥନରେ ଆଖିଦୃଶିଆ ଭିଡ ଦେଖିବାକୁ ମିଳିଥିଲା ।