ଧୋନୀଙ୍କ ପରେ କିଏ ହେବ ଚେନ୍ନାଇର କ୍ୟାପଟେନ? ଏମିତି ରିପ୍ଲାଏ ଦେଲେ ଜାଡେଜା…

200

କନକ ବ୍ୟୁରୋ: କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ । ଏହାପୂର୍ବରୁ କିନ୍ତୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ସବୁ ଦଳ । ଏଥର ଆଇପିଏଲରେ ଧୋନୀଙ୍କ ନେତୃତ୍ୱାଧିନ ଟିମ ଚେନ୍ନାଇ ଚମତ୍କାର ଫର୍ମରେ ନଜର ଆସୁଛି । ତେବେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଅନେକ ସଫଳତା ହାସଲ କରିଛି । ଧୋନୀଙ୍କ ପରେ ଦଳର ନେତୃତ୍ୱ କିଏ ନେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ରବିନ୍ଦ୍ର ଜାଡେଜା ଚେନ୍ନାଇର କ୍ୟାପଟେନ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଆଇପିଏଲ କ୍ରେଜ ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲାଣି । ଯାହାର ନଜର ଏହି ଘଟଣାରେ ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡିଆରେ ଚେନ୍ନାଇ ସୁପର କିଙ୍ଗସକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଟ୍ୱିଟରରେ ସିଏସକେ ପ୍ୟାନ୍ସ ଆର୍ମି ଏକ ଟ୍ୱିଟ ଜରିଆରେ ପଚାରିଛି ଯେ ଆଗକୁ ଧୋନୀଙ୍କ ବଦଳରେ କିଏ ଚେନ୍ନାଇର କ୍ୟାପଟେନ ହେବ । ତେବେ ଏହାର କମେଣ୍ଟରେ ଜାଡେଜା ୮ ଲେଖିଛନ୍ତି । ୮ ହେଉଛି ଜାଡେଜାଙ୍କ ଜର୍ସିର ନମ୍ବର ।

ତେବେ ଜାଡେଜାଙ୍କ ଏହି କମେଣ୍ଟରୁ ଜଣାପଡୁଛି । କେଉଁଠି ନା କେଉଁଠି ଧୋନୀଙ୍କ ପରେ ଚେନ୍ନାଇର ଅଧିନାୟକ ହେବା ପାଇଁ ଜାଡେଜା ଇଚ୍ଛା ରଖିଛନ୍ତି । ତେବେ ଏହି ଘଟଣାର କିଛି ସମୟ ପରେ ଜାଡେଜା ଏହି କମେଣ୍ଟକୁ ଡିଲେଟ କରିଦେଇଥିଲେ । କିନ୍ତୁ ପ୍ୟାନ ମାନେ ଏହାର ସ୍କ୍ରିନ ସଟ ରଖିଦେଇଥିଲେ ଯାହାକୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।