ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା । ସୋସିଆଲ ମିଡ଼ିଆ ଯୋଗେ ଦେଲେ ସୂଚନା ।

1,557

କନକ ବ୍ୟୁରୋ : ରୋହିତ ଓ କୋହଲିଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଟି-୨୦ରୁ ଅବସର ନେଇ ଜାଡେଜା ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ଟି-୨୦ ଫର୍ମାଟରେ ଜାଡେଜା ୨୦୦୯ରେ ଡେବ୍ୟୁ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ଟି-୨୦ରେ କ୍ୟାରିୟର ଆରମ୍ଭ କରିଥିଲେ ଜାଡେଜା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଫାଇନାଲ ମ୍ୟାଚ୍ ଖେଳିବା ସହ ନିଜର ଅନ୍ତର୍ଜାତୀୟ ଟି-୨୦ ଅଭିଯାନ ଶେଷ କରିଛନ୍ତି ଜାଡେଜା । ଫାଇନାଲରେ ଜାଡେଜା ୨ ରନ୍ କରିଥିବା ବେଳେ ଗୋଟିଏ ଓଭର ବୋଲିଂ କରି ୧୨ ରନ୍ ବ୍ୟୟ କରିଥିଲେ ।

 

View this post on Instagram

 

A post shared by Ravindrasinh jadeja (@royalnavghan)

ଟି-୨୦ ଫର୍ମାଟରୁ ଅବସର ନେଇଥିଲେ ମଧ୍ୟ ଅନ୍ୟ ଫର୍ମାଟରେ ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି ଜାଡେଜା । ଏହାସହ ନିଜର ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜାଡେଜା କହିଛନ୍ତି, ଦେଶ ପାଇଁ ସବୁବେଳେ ୧୦୦ ପ୍ରତିଶତ ଦେଇଛି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ମୋ ପାଇଁ ଟି-୨୦ ବିଶ୍ୱକପ ଜିତିବା ସ୍ୱପ୍ନ ସତ ହେଲା ଭଳି ।