ଜଡୁଙ୍କ ସିଧା କଥା...ହସୁଛି ସୋସିଆଲ ମିଡିଆ

Advertisment
ଜଡୁଙ୍କ ସିଧା କଥା...ହସୁଛି ସୋସିଆଲ ମିଡିଆ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ଭାରତୀୟ କ୍ରିକେଟ ଦଳର ବୋଲର ରବୀନ୍ଦ୍ର ଜାଡେଜାଙ୍କ ଭିଡିଓ । ଟି-ଟ୍ୱେଣ୍ଟି ବିଶ୍ୱକପରେ ସ୍କଟଲ୍ୟାଣ୍ଡ ସହ ଭାରତ ମୁହାଁମୁହିଁ ହୋଇଥିଲା । ସ୍କଟଲ୍ୟାଣ୍ଡକୁ ଭାରତ ଅତି ସୋଚନୀୟ ଭାବେ ପରାସ୍ତ କରିଛି । ଏହାରି ଭିତରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ରବିନ୍ଦ୍ର ଜାଡେଜାଙ୍କ ଏକ ଭିଡିଓ ।

ମ୍ୟାଚ୍ ସରିବା ପରେ ରବିନ୍ଦ୍ର ଜାଡେଜା ପ୍ରେସ କନଫରେନ୍ସରେ ଭାଗ ନେଇଥିଲେ । ପ୍ରେସ କନଫରେନ୍ସରେ ରବିନ୍ଦ୍ର ଜାଡେଜାଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ, ଯଦି ନ୍ୟୁଜିଲ୍ୟାଣ୍ଡ ଆଫଗାନିସ୍ତାନଠାରୁ ହାରିଯାଏ ତେବେ ଭାରତ ସେମି ଫାଇନାଲ ଯିବାର ସମ୍ଭାବନା ରହିଛି, କିନ୍ତୁ ଯଦି ଆଫଗାନିସ୍ତାନ ଠାରୁ ନ୍ୟୁଜିଲାଣ୍ଡ ଜିତିଯାଏ ତେବେ ଆପଣ କଣ କରିବେ? ବେସ୍ ମଜାଳିଆ ଢଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଜାଡେଜା । ଜାଡେଜା ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ, ଯଦି ନ୍ୟୁଜିଲାଣ୍ଡ ଜିତିଯାଏ ତାହେଲେ ଆମେ ବ୍ୟାଗ୍ ପ୍ୟାକ୍ କରି ଘରକୁ ଯିବୁ... ଆଉ କଣ... । ଜାଡେଜାଙ୍କ ଏହି ପଦିଏ କଥା ଏବେ ସୋସିଆଲ ମିଡିଆକୁ ହସାଉଛି । ନିଆଁଭଳି ଭାଇରାଲ ହେଉଛି ଏହି ଭିଡିଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe