ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଆହତ ଯୋଗୁଁ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡିଲେ ଜାଡେଜା । ସାର୍ଦ୍ଦୁଲ ଠାକୁର ଦଳରେ ସାମିଲ

376

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଟି-୨୦ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ପେସ ବୋଲର ସାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । ପ୍ରଥମ ଟି-ଟ୍ୱେଣ୍ଟିରେ ଜାଡେଜା ଆହତ ହୋଇ ଅଧା ମ୍ୟାଚରୁ ପାଭିଲିୟନ ଫେରିଯାଇଥିଲେ ।

ଜାଡେଜା ୨୩ ବଲରେ ୪୪ ରନ କରିଥିବା ବେଳେ ମିଚେଲ ଷ୍ଟାର୍କଙ୍କ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା । ଫଳରେ ସେ ଆହତ ହୋଇ ପାଭିଲିୟନ ଫେରିଯାଇଥିଲେ । ତାଙ୍କ ବଦଳରେ କନକ୍ସନ ନିୟମରେ ଚହଳ ଦଳରେ ସାମିଲ ହୋଇଥିଲେ । ଆଉ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ବର୍ତ୍ତମାନ ଆଗାମୀ ଦୁଇଟି ଟି-ଟ୍ୱେଣ୍ଟିରୁ ବାଦ ପଡିଛନ୍ତି ଜାଡେଜା । ଏନେଇ ବିସିସିଆଇ ଟ୍ୱିଟ କରି ସୂଚନା ଦେଇଛି । ବିସିସିଆଇ କହିଛି ଯେ, ବର୍ତ୍ତମାନ ଜାଡେଜା ଡାକ୍ତରୀ ଟିମର ପରାମର୍ଶ କ୍ରମେ ବିଶ୍ରାମରେ ଅଛନ୍ତି ।

Comments are closed.