କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ବଡ ଝଟକା । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଟି-୨୦ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ପେସ ବୋଲର ସାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । ପ୍ରଥମ ଟି-ଟ୍ୱେଣ୍ଟିରେ ଜାଡେଜା ଆହତ ହୋଇ ଅଧା ମ୍ୟାଚରୁ ପାଭିଲିୟନ ଫେରିଯାଇଥିଲେ ।
ଜାଡେଜା ୨୩ ବଲରେ ୪୪ ରନ କରିଥିବା ବେଳେ ମିଚେଲ ଷ୍ଟାର୍କଙ୍କ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା । ଫଳରେ ସେ ଆହତ ହୋଇ ପାଭିଲିୟନ ଫେରିଯାଇଥିଲେ । ତାଙ୍କ ବଦଳରେ କନକ୍ସନ ନିୟମରେ ଚହଳ ଦଳରେ ସାମିଲ ହୋଇଥିଲେ । ଆଉ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ବର୍ତ୍ତମାନ ଆଗାମୀ ଦୁଇଟି ଟି-ଟ୍ୱେଣ୍ଟିରୁ ବାଦ ପଡିଛନ୍ତି ଜାଡେଜା । ଏନେଇ ବିସିସିଆଇ ଟ୍ୱିଟ କରି ସୂଚନା ଦେଇଛି । ବିସିସିଆଇ କହିଛି ଯେ, ବର୍ତ୍ତମାନ ଜାଡେଜା ଡାକ୍ତରୀ ଟିମର ପରାମର୍ଶ କ୍ରମେ ବିଶ୍ରାମରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/India-Tour-of-Australia-Ravindra-Jadeja-ruled-out-Shardul-Thakur-added-as-a-replacement-to-T20-Squad-1.jpg)