ପନିପରିବା ଚାଷ ପରେ ଏବେ ଫଳ ଚାଷ ଦେଇଛି ସଫଳତା, ବିଭିନ୍ନ ପ୍ରକାର ଫଳ ଚାଷ କରି ରୋଜଗାର କରୁଛନ୍ତି ରବିନ୍ଦ୍ର

205

କନକ ବ୍ୟୁରୋ : ସେଓ ଚାଷ କଥା ମନକୁ ଆସିଲେ ପ୍ରଥମେ ଜାମ୍ମୁ କାଶ୍ମିର ଓ ହିମାଂଚଳ ପ୍ରଦେଶ ଭଳି ରାଜ୍ୟ କଥା ମନେପଡ଼େ । କାରଣ ଥଣ୍ଡା ଜଳବାୟୁ ଭଳି ସ୍ଥାନରେ ଏହି ଚାଷ ବେଶ ଭଲ ଭାବେ ହୋଇଥାଏ । କିନ୍ତୁ ଓଡ଼ିଶା ଭଳି ଗରମ ଜଳବାୟୁରେ ସେଓ ଚାଷ କରି ସଫଳ ହୋଇଛନ୍ତି ଯାଜପୁର କୋରେଇ ବ୍ଲକର ରବିନ୍ଦ୍ର କୁମାର । ରବୀନ୍ଦ୍ର ନିଜ ବଗିଚାରେ ୬୦ଟି ସେଓ ଗଛ ଲଗେଇଥିବା ଦେଖିବାକୁ ମିଳିଛି । ରବିନ୍ଦ୍ରଙ୍କ ବଗିଚାରେ ଫଳିଥିବା ସେଓ ଚାଷ ଗୁଡ଼ିକ କାଶ୍ମିରର ଭ୍ରମ ସୃଷ୍ଟି କରିଛି । ଆଉ ରବିନ୍ଦ୍ରଙ୍କ ଏହି ନୂଆ ଚାଷ ଦେଖିବାକୁ ଏବେ ସ୍ଥାନୀୟ ଅଂଚଳର ଲୋକମାନେ ତାଙ୍କ ବଗିଚାକୁ ଆସୁଛନ୍ତି । ସେଓ ଚାଷ ବିଷୟରେ ପଚାରି ବୁଝିବା ସହ ଏହି ଚାଷ କରିବା ପାଇଁ ମନ ବଳାଉଛନ୍ତି ।

ପ୍ରଥମେ ଅଳ୍ପ ଜମିରେ ପରିବା ଚାଷ କରୁଥିଲେ ରବିନ୍ଦ୍ର । ପନି ପରିବା ଚାଷରୁ ମିଳୁଥିବା ଅର୍ଥରେ ପରିବାର ପ୍ରତିପୋଷଣ କରିବା ବେଶ କଷ୍ଟକର ହେଉଥିଲା । କିଛି ନୂଆ ଚାଷ କଥା ଚିନ୍ତା କରି ସେଓ ଚାଷ କରିବାକୁ ମନସ୍ତ କରିଥିଲେ । ହିମାଂଚଳ ପ୍ରଦେଶରୁ ୬୦ଟି ସେଓ ଚାରା ମଗାଇ ଏହି ଚାଷ କରିଛନ୍ତି ରବିନ୍ଦ୍ର । କେବଳ ସେଓ ଗଛ ନୁହେଁ ବିଭିନ୍ନ ପ୍ରକାରର ଫଳ ଗଛ ଯଥା ଆମ୍ବ, ପିଜୁଳି, ସପେଟା, ଅମୃତଭଣ୍ଡା, ପଣସ ଓ କାଶ୍ମିରୀ ବେରି କୋଳି ଚାଷ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ରବିନ୍ଦ୍ର ।

ଚଳିତ ବର୍ଷ ପ୍ରଥମ କରି ସେଓ ଫଳିଥିବା ବେଳେ ସେଓକୁ ଛାଡି ଅନ୍ୟ ସମସ୍ତ ଫଳ ଚାଷରୁ ଖର୍ଚ୍ଚ ଯିବା ପରେ ବର୍ଷକୁ ପ୍ରାୟ ୩ ଲକ୍ଷ ଟଙ୍କା ଆୟ କରୁଛନ୍ତି ରବୀନ୍ଦ୍ର । ଯାଜପୁର ଭଳି ଜିଲ୍ଲାରେ ସାଧାରଣତଃ ଆଜିର ଯୁବ ପିଢ଼ି ଚାକିରି ପାଇଁ କଳକାରଖାନା ପଛରେ ଗୋଡ଼ାଉଥିବା ବେଳେ ରବୀନ୍ଦ୍ର ଓ ତାଙ୍କ ଭାଇଙ୍କର ଏଭଳି ଉଦ୍ୟମ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

କିଛି ଗୋଟେ ନୂଆ କରିବାର ଚିନ୍ତା ଧାରା ମନକୁ ଆସିଲା । ପ୍ରଥମେ ଏହି ସେଓ ଚାଷପାଇଁ ରବୀନ୍ଦ୍ର ହିମାଚଳ ପ୍ରଦେଶରୁ ଚାରା ମଗେଇଥିଲେ । ଏଥିସହିତ ବିଭିନ୍ନ ସୋସିଲା ମିଡ଼ିଆରୁ ସେଓ ଚାଷ ସମ୍ପର୍କରେ ନିଜେ ଅଭିଜ୍ଞତା ନେଇ ବିଭିନ୍ନ ଦ୍ରବ୍ୟ ଦେଇ ଚାରା ଲଗେଇବା ଆରମ୍ଭ କରିଥିଲେ । ଯାଜପୁର ଜିଲ୍ଲା କୋରେଇ ଭଳି ମାଟିରେ ସେଓ ଭଳି ଫଳ ଚାଷ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ବନ୍ଦାଳୋ ପଞ୍ଚାୟତର ୫୫ ବର୍ଷୀୟ ରବିନ୍ଦ୍ର ନାୟକ । ତାପରଠାରୁ ଆଉ ପଛକୁ ଚାହିଁ ନାହାନ୍ତି ଚିନ୍ତାମଣି । ବର୍ଭମାନ ଏକ ଏକର ଜମି ରେ ସେଓ ବିଭିନ୍ନ ପ୍ରକାର ଫଳ ପନି ପରିବା ଚାଷ କରି ଭଲ ଦି ପଇସା ରୋଜଗାର କରିପାରୁଛନ୍ତି । ସେଥିପାଇଁ ବିଭିନ୍ନ ଲୋକଙ୍କ ସହଯୋଗ ଓ ନିଜ ପ୍ରଚେଷ୍ଠାରେ ଆଜି ଯାଜପୁର ଭଳି ମାଟିରେ ସେଓ ଚାଷ କରି ସଫଳ ହେଇ ଅନେକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ମାତ୍ର ରବୀନ୍ଦ୍ରଙ୍କୁ ଏହି ସେଓ ଚାଷପାଇଁ କୌଣସି ସରକାରୀ ସାହାଯ୍ୟ ମିଳି ନଥିଲେ ମଧ୍ୟ ସେ ପଛକୁ ଚାହିନାହାନ୍ତି । ତେବେ ରବୀନ୍ଦ୍ର ଦିନ ରାତି ଏକ କରି ଏହି ସେଓ ଚାଷ ପ୍ରତି ମନଦେବାରୁ ଆଜି ସଫଳତା ପାଉଛନ୍ତି । କେବଳ ରବୀନ୍ଦ୍ର ନିଜ ବାଡ଼ିରେ ସେଓ ଗଛ ନୁହେଁ ବିଭିନ୍ନ ପ୍ରକାରର ଫଳ ଗଛ ଯଥା ଆମ୍ବ,ପିଜୁଳି, ସପେଟା,ଅମୃତଭଣ୍ଡା,ପଣସ ଓ କାଶ୍ମିରୀ ବେରି କୋଳି ପ୍ରଭୃତି ଚାଷ କରିବା ସହ ଏବେ ସେଓ ଚାଷ କରି ଅନେକ ଲୋକଙ୍କୁ ରୋଜଗାର ଦେଇଛନ୍ତି ।

ରବିନ୍ଦ୍ର ପ୍ରଥମେ ପନିପରିବା ଚାଷ ସହ ଆମ୍ବ ପିଜୁଳି ଚାଷ କରି ବାହାର ବଜାରକୁ ନେଇ ବିକି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ପରେ ଏହି ଚାଷରେ ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟ ହେବାରୁ ଓଡ଼ିଶା ବାହାରର ଏକ ସେଓ ବଗିଚା କୁ ଯାଇ ସେଠାରୁ ସେଓ ଚାଷ ଶିଖିଥିଲେ । ଏହି ଚାଷ ଶିଖିବା ପରେ ଏକ ବର୍ଷ ପୂର୍ବେ ପରୀକ୍ଷା ମୂଳକ ଭାବେ ୬୦ଟି ସେଓ ଗଛ ଚାରା ହିମାଚଳ ପ୍ରଦେଶ ରାଜ୍ୟରୁ ଆଣି ନିଜ ବଗିଚାରେ ଲଗାଇଥିଲେ । ଏହା ଦେଖି ପ୍ରଥମେ ଗ୍ରାମବାସୀମାନେ ରବିନ୍ଦ୍ରଙ୍କୁ ଥଟା ମଜାକ କରିବା ସହ ଯାଜପୁରରେ ସେଓ ଫଳାଇବା ଅସମ୍ଭବ ବୋଲି କହୁଥିଲେ । ଏହାକୁ ଭୃକ୍ଷେପ ନ କରି ରବିନ୍ଦ୍ର ପ୍ରାୟ ଏକ ବର୍ଷ ଦିନରାତି ଏକ କରି ପରିଶ୍ରମ କରିବା ପରେ ଶେଷରେ ଚଳିତବର୍ଷ ସଫଳତା ପୂର୍ବକ ଗଛରେ ସେଓ ଫଳିଛି । ତେବେ ପ୍ରଥମେ ସେଓ ଗଛରେ ଆସଛି । ଆଜି ଓଡ଼ିଶା ଜଳବାୟୁ ତଥା ଯାଜପୁର ଭଳି ଜିଲ୍ଲାରେ ସେଓ ଚାଷ କରି ଅସମ୍ଭବକୁ ସମ୍ଭବ କରି ସାରା ରାଜ୍ୟକୁ ଦେଖାଇଛନ୍ତି ରବିନ୍ଦ୍ର । ରବିନ୍ଦ୍ରଙ୍କ ଏହି ସେଓ ଚାଷ ବିଷୟରେ ଜାଣିବା ପରେ ବିଭିନ୍ନ ଜିଲ୍ଲାରୁ ଚାଷୀ ଆସି ରବିନ୍ଦ୍ରଙ୍କ ସେଓ ବଗିଚା ବୁଲି ଦେଖିବା ସହ ବେଶ ପ୍ରଶଂସା କରୁଛନ୍ତି । ଚଳିତ ବର୍ଷ ପ୍ରଥମ କରି ସେଓ ଫଳିଥିବା ବେଳେ ସେଓ କୁ ଛାଡି ଅନ୍ୟ ସମସ୍ତ ଫଳ ଚାଷରୁ ଖର୍ଚ୍ଚ ଯିବା ପରେ ବର୍ଷକୁ ପ୍ରାୟ ୩ ଲକ୍ଷ ଟଙ୍କା ଆୟ କରୁଛନ୍ତି ରବୀନ୍ଦ୍ର । ଯାଜପୁର ଭଳି ଜିଲ୍ଲାରେ ସାଧାରଣତଃ ଆଜିର ଯୁବ ପିଢ଼ି ଚାକିରୀପାଇଁ କଳକାରଖାନା ପଛରେ ଗୋଡଡ଼ାଉଥିବା ବେଳେ ରବୀନ୍ଦ୍ର ଓ ତାଙ୍କ ଭାଇଙ୍କର ଏଭଳି ଉଦ୍ୟମ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

କାଶ୍ମିର ଭଳି ରାଜ୍ୟରେ ସେଓ ଚାଷ ହେଉଥିବା ବେଳେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସେଓ ଚାଷ ଦେଖିବାକୁ ମିଳିଲାଣି । ତେବେ ସରକାର ଜଦି ଏହି ସେଓ ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇଦେବେ ନିଶ୍ଚିତ ଏହାର ଉତ୍ପାଦନ ବୃଦ୍ଧି ହେବ ।