କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଥମ ଇନିଂସରେ ମୟଙ୍କ ଅଗ୍ରୱାଲଙ୍କ ଦମଦାର ଇନିଂସ ବଳରେ ଟିମ୍ ଇଣ୍ଡିଆର ସ୍କୋର ୩୦୦ ପାର ଟପିଥିଲା । ତେବେ ଟିମ୍ ଇଣ୍ଡିଆର ଏହି ଇନିଂସରେ ୩ ଜଣ ଖେଳାଳୀ ବିନା ରନ୍ କରି ଆଉଟ ହୋଇଥିଲେ । ତେବେ ଅଶ୍ୱିନୀଙ୍କ ୱିକେଟ ବେଶ ରୋଚକ ସ୍ଥିତି ସୃଷ୍ଟି କରିଥିଲା । ପ୍ରଥମ ବଲରେ ହିଁ ଖାତା ଖୋଲିବା ପୂର୍ବରୁ ଅଶ୍ୱିନୀ ପ୍ୟାଭିଲିୟନ ଫେରିଥିଲେ ।
Ashwin reviews being bowled????? #INDvzNZpic.twitter.com/LmObs6G57S
— Brad Hogg (@Brad_Hogg) December 4, 2021
ଭାରତ ବିପକ୍ଷରେ ୧୦ଟି ୱିକେଟ ହାସଲ କରି ଇତିହାସ ରଚିଥିବା ଏଜାଜ ପଟେଲଙ୍କ ପ୍ରଥମ ବଲକୁ ସାମ୍ନା କରିଥିଲେ ଅଶ୍ୱିନୀ । କିନ୍ତୁ ଏହାକୁ ବୁଝିବା ଅଶ୍ୱିନୀଙ୍କ ପକ୍ଷେ ସମ୍ଭବ ନଥିଲା । ଏଜାଜଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ ଅଶ୍ୱିନୀ, କିନ୍ତୁ ଏବାବଦରେ ବୁଝିପାରିନଥିଲେ । କ୍ୟାଚ୍ କିମ୍ବା ଷ୍ଟମିଂ ହୋଇଥିବା ଭାବି ସଙ୍ଗେ ସଙ୍ଗେ ଡିଆରଏସ ନେଇଥିଲେ ଅଶ୍ୱିନୀ । ତେବେ ଏହା କିଛି ସେକେଣ୍ଡ ମଧ୍ୟରେ ବୋଲ୍ଡ ହୋଇଥିବା ଜାଣିବା ପରେ କ୍ରିଜ ଛାଡିଥିଲେ ଅଶ୍ୱିନୀ । ଆଉ ଅମ୍ପାୟର ଟିଭି ରିପ୍ଲେ ମାଧ୍ୟମରେ ସ୍ପଷ୍ଟ ହୋଇଥିଲେ ଯେ, ଅଶ୍ୱିନୀ ବୋଲ୍ଡ ହୋଇଥିଲେ । ଆଉ ଏହି ଘଟଣା ପରେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ ହଗ୍ ଏକ ମଜାଦାର ମିମ୍ସ ଥିବା ଟ୍ୱିଟ୍ ସେୟାର କରିଥିଲେ । କେବଳ ବ୍ରାଡ୍ ହଗ ନୁହେଁ ଅନେକ କ୍ରିକେଟପ୍ରେମୀ ମଧ୍ୟ ଅଶ୍ୱିନୀଙ୍କ ଏଭଳି ଡିଆରଏସ ରିଭ୍ୟୁକୁ ନେଇ ସୋସିଆଲ ମିଡ଼ିଆରେ ମଜା ଉଡାଇଛନ୍ତି ।
This is brilliant stuff.
Got ‘em! 😂 #INDvNZ#Ashwinpic.twitter.com/MDQfvxjsgB— Jason Tan (@JSLTan) December 4, 2021