ଧୋନୀଙ୍କୁ ନେଇ ଆଲୋଚନା କରୁଥିବା ଲୋକଙ୍କ ଉପରେ ବର୍ଷିଲେ କୋଚ୍ ରବି ଶାସ୍ତ୍ରୀ : କହିଲେ , ଜୋତାର ଫିତା ବାନ୍ଧି ଆସୁନଥିବା ଲୋକ ଏବେ ଧୋନୀଙ୍କୁ ନେଇ ଟିପ୍ପଣୀ ଦେଉଛନ୍ତି ।

ଧୋନୀଙ୍କୁ ନେଇ ଆଲୋଚନା କରୁଥିବା ଲୋକଙ୍କ ଉପରେ ବର୍ଷିଲେ କୋଚ୍ ରବି ଶାସ୍ତ୍ରୀ : କହିଲେ , ଜୋତାର ଫିତା ବାନ୍ଧି ଆସୁନଥିବା ଲୋକ ଏବେ ଧୋନୀଙ୍କୁ ନେଇ ଟିପ୍ପଣୀ ଦେଉଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସନ୍ନ୍ୟାସ ନେବା ପାଇଁ ଆଲୋଚନା କରୁଥିବା ଲୋକଙ୍କ ଉପରେ ବର୍ଷିଛନ୍ତି କୋଚ୍ ରବି ଶାସ୍ତ୍ରୀ । ରବି ଶାସ୍ତ୍ରୀ କହିଛନ୍ତି କ୍ରିକେଟର୍ ଏମ୍ .ଏସ୍ .ଧୋନୀଙ୍କ କ୍ୟାରିୟରକୁ ନେଇ ଆଙ୍ଗୁଠି ଉଠାଉଥିବା ଲୋକ ଜୋତାର ଫିତା ବାନ୍ଧିବାକୁ ମଧ୍ୟ ଅସମର୍ଥ କିନ୍ତୁ ଧୋନୀଙ୍କ ଉପରକୁ ନେଇ ଆଲୋଚନା କରୁଛନ୍ତି । ଧୋନୀଙ୍କୁ ନେଇ ବ୍ୟକ୍ତିଗତ ଭାବରେ ବକ୍ତବ୍ୟ ଦେବା ତାଙ୍କ ପ୍ରତି ଅସମ୍ମାନ ବୋଲି ଶାସ୍ତ୍ରୀ କହିଛନ୍ତି । ଏକ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଛନ୍ତି , ୧୫ ବର୍ଷ ହେଲା କ୍ରିକେଟ୍ ଖେଳି ଆସୁଥିବା ଜଣେ ଦକ୍ଷ ଖେଳାଳୀ ତାକୁ କେବେ ସନ୍ନ୍ୟାସ ନେବାକୁ ହେବ କ’ଣ ସେ ଜାଣିପାରିବେନି? ଟେଷ୍ଟ୍ ଖେଳରୁ ଅବସର ନେବା ପରେ ସେ କହିଥିଲେ ଋଦ୍ଧିମାନ ଶାହାଙ୍କୁ ‘କିପିଙ୍ଗ୍ ଗ୍ଲୋବ୍ସ’ ଦେବାର ଏହା ପ୍ରକୃତ ସମୟ ଥିଲା । ସେ ସେତେବେଳେ ଠିକ୍ କହିଥିଲେ । ଯେତେବେଳେ ବି ଟିମ୍ ର କଥା ଆସେ ସେ ସବୁବେଳେ ନିଜ ବିଚାର ଏବଂ ବୁଦ୍ଧି ପ୍ରୟୋଗ କରି କଥା ରଖିଥାନ୍ତି ।

publive-image

ନିକଟରେ ରାଞ୍ଚୀ ଟେଷ୍ଟ୍ ମ୍ୟାଚର ଅନ୍ତିମ ଦିନ ସେ ଡ୍ରେସିଙ୍ଗ୍ ରୁମ୍ ଆସି ଶାହବାଜ୍ ନଦିମ୍ ଙ୍କ ସହ କଥାବାର୍ତ୍ତା କରିଥିଲେ । ଯେଉଁ ଖେଳାଳୀ ନିଜ ଘରୁ ଡେବ୍ୟୁ କରିବାକୁ ଯାଉଛନ୍ତି ଏହା ତାଙ୍କ ପାଇଁ କ’ଣ ପ୍ରେରଣା ହେବନାହିଁ କି? ଅଭିଜ୍ଞତାପୂର୍ଣ୍ଣ କ୍ରିକେଟ୍ ଖେଳାଳୀ ଧୋନୀ କେବେ ଅବସର ନେବେ ତାହାର ସମ୍ପୁର୍ଣ୍ଣ ଅଧିକାର ତାଙ୍କ ପାଖରେ ରହିଛି । ଏଭଳି ଅବାନ୍ତର ପ୍ରଶ୍ନର ଆଲୋଚନା କରିବା ନିହାତି ବୋକାମୀ ହେବ ।  କୋଚ୍ ରବି ଶାସ୍ତ୍ରୀ କହିଥିଲେ ଯେ , ଅଧାରୁ ଅଧିକ ଲୋକ ଏମ୍ .ଏସ୍ ଧୋନୀଙ୍କ ଉପରେ ଏହି ଟିପ୍ପଣୀ ଦେଉଛନ୍ତି ଯେ ସେ ଆଉ ଭାରତ କ୍ରିକେଟ୍ ଟିମ୍ ଜର୍ସିରେ ଆଉ ନଜର ଆସିବେ ନାହିଁ । ତାଙ୍କ ଉପରକୁ କାଦୁଅ ଫୋପାଡିବା ଆଗରୁ ସେ ଟିମ୍ ପାଇଁ କ’ଣ କରିଛନ୍ତି ଆଗ ଦେଖନ୍ତୁ । ଆଲୋଚକମାନଙ୍କ ପାଖରେ ଆଉ କିଛି ନୂଆ ପ୍ରସଙ୍ଗ ନାହିଁ ତେଣୁ ଗୋଟିଏ ପ୍ରସଙ୍ଗକୁ ଗୋଳେଇଘାଣ୍ଟି ଉପସ୍ଥାପନ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe