ଏତେ ବ୍ରେକର କଣ ଆବଶ୍ୟକ? ଦ୍ରାବିଡଙ୍କ ଉପରେ ପ୍ରଶ୍ନ ଉଠାଇଲେ ଶାସ୍ତ୍ରୀ

236

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଆଶା ଧୂଳିସାତ ହେବା ପରେ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ସିରିଜ ଖେଳିବ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳର ସିନିୟର ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି । ଯେଉଁମାନଙ୍କ ମଧ୍ୟରେ ରୋହିତ ଓ କୋହଲିଙ୍କ ଭଳି ଖେଳାଳୀ ରହିଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ମଙ୍ଗ ଧରିଥିବା ବେଳେ ଶିଖର ଧୱନଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । କେବଳ ସିନିୟର ଖେଳାଳୀ ନୁହଁନ୍ତି ବରଂ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ କିଛି ସମୟର ବିରତି ନେଇଛନ୍ତି । ଆଉ ଦ୍ରାବିଡଙ୍କ ଅନୁପସ୍ଥିତିରେ ଭିଭିଏସ୍ ଲକ୍ଷ୍ମଣ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ସାଜିଛନ୍ତି ।

ତେବେ ରାହୁଲ ଦ୍ରାବିଡଙ୍କ ବ୍ରେକ ନେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରବି ଶାସ୍ତ୍ରୀ । ସେ କହିଛନ୍ତି ଜଣେ କୋଚଙ୍କୁ ବ୍ୟବହାରିକ ହେବା ଦରକାର । ନିଜ ଖେଳାଳିଙ୍କ ସହ ଅଧିକ ସମୟ ବିତାଇବା ଦରକାର, ବାରମ୍ବାର ବ୍ରେକ ନେବା ଠିକ ନୁହେଁ । ଏହା ପ୍ରଥମଥର ହୋଇନି ଯେଉଁଠି ଦ୍ରାବିଡ ବ୍ରେକ ନେଇଛନ୍ତି । ପୂର୍ବରୁ ଆୟର୍ଲାଣ୍ଡ ଓ ଜିମ୍ବାୱେ ଗସ୍ତରେ ବି ରାହୁଲ ବ୍ରେକ ନେଇଥିଲେ । ଆଉ ଏହି ଦୁଇ ଗସ୍ତରେ ଭିଭିଏସ ଲକ୍ଷ୍ମଣ କାର୍ଯ୍ୟଭାର ସମ୍ଭାଳିଥିଲେ ।

ଶାସ୍ତ୍ରୀ ଆହୁରି କହିଥିଲେ କି ମୁଁ ବ୍ରେକରେ ବିଶ୍ୱାସ କରେନାହିଁ । ମୁଁ ମୋ ଟିମ ଓ ଖେଳାଳିଙ୍କୁ ବୁଝାଇବାକୁ ଚାହେଁ ଆଉ ସେହି ଟିମର ନିୟନ୍ତ୍ରଣରେ ରହିବାକୁ ଚାହେଁ । ସଚ୍ଚୋଟତାରେ କହୁଛି ଆପଣଙ୍କୁ ଏତେ ବ୍ରେକର କଣ ଆବଶ୍ୟକତା ରହିଛି । ଆଇପିଏଲ ସମୟରେ ୨ରୁ ୩ ମାସ ମିଳୁଛି ଯାହା ଜଣେ କୋଚଙ୍କୁ ବିଶ୍ରାମ ନେବା ପାଇଁ ପର୍ଯ୍ୟାପ୍ତ । ମୁଁ କାହାକୁ ଇଙ୍ଗିତ କରିବାକୁ ଚାହୁଁନି । ହେଲେ ଭବିଷ୍ୟତରେ ଭାରତୀୟ ଟିମ ପାଖରେ ଖେଳାଳିଙ୍କ ଭୂମିକା, ଆଉ ମ୍ୟାଚ ବିଜେତାଙ୍କ ଚିହ୍ନଟ କରିବା ପାଇଁ ଅନେକ ସୁଯୋଗ ରହିଛି ।

ଇଂଳଣ୍ଡ ଏକ ଏମିତି ଟିମ ଯିଏ କ୍ରିକେଟ ଉପରେ ନିଜ କବଜ୍ଜା ରଖିଛି । ୨୦୧୫ ବିଶ୍ୱକପ ପରେ ଇଂଲଣ୍ଡ ଏକ ମଜବୁତ ଟିମ ହୋଅ ଆସିଛି । ସେମାନେ ବିଚାର ବିମର୍ଶ ପରେ ହିଁ ନିଷ୍ପତ୍ତି ନେଇଛନ୍ତି ଯେ ଲିମିଟେଡ ଓଭରରେ ସେ ଶ୍ରେଷ୍ଠ ଖେଳାଳିଙ୍କୁ ଖୋଜିବେ । ଆଉ ତାଙ୍କୁ ଏବେ ଏମିତି ଯୁବ ଖେଳାଳି ମିଳିଛନ୍ତି ଯିଏ ନିଡର । ଭାରତକୁ ବି ଏମିତି ଟ୍ୟାଲେଣ୍ଟ ଖୋଜିବାର ଆବଶ୍ୟକତା ରହିଛି । ଆଉ ମୋତେ ଲାଗୁଛି ନ୍ୟୁଜିଲାଣ୍ଡ ଗସ୍ତରୁ ହିଁ ଆହା ଆରମ୍ଭ କରିହେବ । କାରଣ ଏହି ଟିମ ଏକ ଫ୍ରେସ, ଆଉ ଯୁବ ଦଳଙ୍କୁ ନେଇ ଗଠିତ । ଆପଣ ତାଙ୍କୁ ଚିହ୍ନି ପାରିବେ ଆଉ ପ୍ରସ୍ତୁତ କରିପାରିବେ । ଆପଣ ଏହି ଭାରତୀୟ ଟିମକୁ ଦୁଅ ବର୍ଷରେ ଆଗକୁ ନେଇପାରିବେ ବୋଲି ଶାସ୍ତ୍ରୀ କହିଥିଲେ ।

ରାହୁଲ ଦ୍ରାବିଡଙ୍କୁ ଗତ ବର୍ଷ ଟି-୨୦ ବିଶ୍ୱକପ ପରେ ହିଁ ଭାରତୀୟ ଟିମର ମୁଖ୍ୟ କୋଚ ଦାୟିତ୍ୱ ମିଳିଥିଲା । ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇଥିଲେ ରାହୁଲ ଦ୍ରାବିଡ । ଦେଖିବାକୁ ଗଲେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ କିଛି ଠିକ ରହିନାହିଁ । ଏହି ସମୟରେ ଟିମ ଇଣ୍ଡିଆ ଦ୍ୱିପାକ୍ଷିକ ସିରିଜ ଜିତିବାରେ ସଫଳ ନିଶ୍ଚେ ହୋଇଛି । ହେଲେ ଏସିଆକପ ଓ ଟି-୨୦ ବିଶ୍ୱକପ ଭଳି ଆଇସିସି ଟୁର୍ଣ୍ଣାମେଣ୍ଟରେ ବିଫଳତାର ସାମ୍ନା କରିଛି ।