ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ ରବି ଶଙ୍କର । ପଦବୀରେ ରହିବେ ୩ ବର୍ଷ

278

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କର ଏକ କମିଟି ରବି ଶଙ୍କରଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ମନୋନୀତ କରିଥିଲେ । ରବି ଶଙ୍କର ଭାରତୀୟ ରିଜର୍ଭ ବ୍ୟାଙ୍କର ୪ର୍ଥ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ ରିଜର୍ଭ ବ୍ୟାଙ୍କର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଭାବେ କାମ କରୁଥିଲେ । ଏ ସଂକ୍ରାନ୍ତରେ ‘ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ ଆଣ୍ଡ୍ ଟ୍ରେନିଙ୍ଗ’ ଜାରି କରିଥିବା ବିଜ୍ଞପ୍ତି ମୁ୍ତାବକ ରବି ଶଙ୍କର ଏହି ପଦରେ ୩ ବର୍ଷ ରହିବେ ।

ଅର୍ଥନୀତିରେ ଏମ୍‌. ଫିଲ୍‌ ଡିଗ୍ରି ହାସଲ୍‌କରିଥିବା ରବି ଶଙ୍କର ଋଣ ପରିଚାଳନା ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ପରିଚାଳନା କରୁଥିଲେ। ନିଜସ୍ବ ମୌଳିକ ଚିନ୍ତାଧାରା ନିମନ୍ତେ ଅର୍ଥନୀତି ସମ୍ପ୍ରଦାୟରେ ସମ୍ମାନ ପାଉଥିବା ରବି ଶଙ୍କର ଅନେକ ଆର୍ଥିକ କମିଟିର ସଦସ୍ୟ ଥିଲେ।

ଶଙ୍କରଙ୍କୁ ଦିଆଯିବାକୁ ଥିବା ବିଭାଗ ସଂକ୍ରାନ୍ତରେ ଏହି ବିବୃତିରେ କିଛି ଉଲ୍ଲେଖ ନ ଥିଲେ ମଧ୍ୟ ସେ ଗତ ମାସରେ ଅବସର ଗ୍ରହଣ କରିଥିବା ଡେପୁଟି ଗଭର୍ଣ୍ଣର୍‌ ବି. ପି. କାନୁନ୍‌ଗୋଙ୍କ ସ୍ଥାନରେ ରହିବେ। କାନୁନ୍‌ଗୋ ମୁଦ୍ରା ପରିଚାଳନା, ବାହ୍ୟ ନିବେଶ, ଅଭିଯାନ, ଦେୟ ଓ ବୁଝାମଣା ପ୍ରକ୍ରିୟା ଆଦି ଦାୟିତ୍ବରେ ଥିଲେ।