ରାଜଧାନୀରେ ପୁଣି ଏନକାଉଟଂର

23

ଭୁବନେଶ୍ୱର : ରାଜଧାନୀରେ ପୁଣି ଏନକାଉଟଂର । ପୁରୀ ଭୁବନେଶ୍ୱର ଜଗନ୍ନାଥ ସଡକରେ ଜଣେ କୁଖ୍ୟାତ ଅପରାଧୀ ପୁଲିସ ଗୁଳିରେ ଘାଇଲା ହୋଇଛି । ଅଭିଯୁକ୍ତ ଜଣକ ହେଉଛି ରବି ରାଓ । ରବିର ନାଁରେ ୧୦ରୁ ଅଧିକ ସଙ୍ଗୀନ ଓ ସାଙ୍ଗାତିକ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି । ସତ୍ୟନଗର ମାଳିସାହି ଅଂଚଳରେ ରହୁଥିବା ରବି ନାଁରେ ଖାରବେଳ ନଗର ଥାନା ଅଧିନରେ ୪ଟି, ପୁରୀ ଅଂଚଳରେ ୩ଟି ଓ ବେଗୁନିଆ ଅଂଚଳରେ ମୋଟ ୨ଟି ମାମଲା ଥିବା ପୁଲିସ ଜାଣିବାକୁ ପାଇଥିବା ବେଳେ, ରବିର ପୁରୁଣା ଅପରାଧୀକ ରେକର୍ଡକୁ ନେଇ ପୁଲିସ ଛାନଭିନ କରୁଛି । ରବି ନାଁରେ ମରଣାନ୍ତକ ଆକ୍ରମଣ, ଚୋରୀ, ଡକାୟତି ଭଳି ମାମଲା ରହିଛି । ତେବେ ୪ ଦିନ ହେବ କମିଶନରେଟ ପୁଲିସର ସ୍ପେଶାଲ ସ୍ୱାର୍ଡ ରବିକୁ ଟାର୍ଗେଟ କରିଥିଲା । ଗତକାଲି ରବିକୁ ପୁଲିସ ଫଲୋ କରୁଥିବା ବେଳେ, ସେ ସ୍ପେସାଲ ସ୍ୱାର୍ଡ ଉପରକୁ ଗୁଳି ଚଳାଇଥିଲା । ପୁଲିସ ଅଧିକାରୀ ମାନେ ଅଳ୍ପକେ ବର୍ତିଥିବା ବେଳେ, ରବିର ଡାହାଣ ପଟ ଗୋଡରେ ୩ ରାଉଣ୍ଡ ଗୁଳି ବାଜିଛି । ରବିକୁ କଟକ ଏସିବିରେ ଚିକିତ୍ସା କରାଯାଉଛି ।